କନ୍ଧମାଳ ପିପୁଲ୍ସ ଫୋରମ ପକ୍ଷରୁ ତିନି ଦଫା ଦାବି ନେଇ ଦସ୍ତଖତ ଅଭିଯାନ।

0
701

କନ୍ଧମାଳ (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) :ଆଜି ଫୁଲବାଣୀ ସହରରେ କନ୍ଧମାଳ ପିପୁଲ୍ସ ଫୋରମ ପକ୍ଷରୁ ତିନି ଦଫା ଦାବି ନେଇ ଦସ୍ତଖତ ଅଭିଯାନ ଚାଲୁଅଛି।ଦସ୍ତଖତ ଅଭିଯାନ ର ଅଧ ଘଣ୍ଟା ମଧ୍ୟ ରେ ପ୍ରାୟ ଦୁଇ ଶହ ରୁ ଉର୍ଦ୍ଧ୍ଵ ଲୋକମାନେ ନିଜର ସ୍ୱାକ୍ଷର ପ୍ରଦାନ କରିଥିଲେ।କନ୍ଧମାଳ ଜିଲ୍ଲାରେ ସରକାରୀ ମେଡ଼ିକାଲ କଲେଜ ସ୍ଥାପନ, ରେଳ ସଂଯୋଗ, ସ୍ଥାୟି ଜମି ପଟ୍ଟା ପ୍ରଦାନ କୁ ନେଇ ପିପୁଲ୍ସ ଫୋରମ ର ସଭାପତି ରାଧାମୋହନ ମହାପାତ୍ର ଓ କନଭେନର ତଥା ବରିଷ୍ଠ ସାମ୍ବାଦିକ ସୁନୀଲ ପଟନାୟକ ଙ୍କୁ ଲୋକେ ସମର୍ଥନ କରୁଥିବା ଦେଖିବାକୁ ମିଳୁଛି।ଏହି ତିନି ଦଫା ଦାବି କୁ ନେଇ କେନ୍ଦ୍ର ଓ ରାଜ୍ୟ ସରକାର ଶୀଘ୍ର ପ୍ରତିଶୁତି ଦିଅନ୍ତୁ ନଚେତ ଅଗାମୀ ଦିନରେ ସମଗ୍ର କନ୍ଧମାଳ ବାସି ଆନ୍ଦୋଳନ କରିବେ ବୋଲି ଶ୍ରୀ ରାଧାମୋହନ ପ୍ରକାଶ କରିଛନ୍ତି।

LEAVE A REPLY

Please enter your comment!
Please enter your name here