ନିମଖଣ୍ଡିପେଣ୍ଠ – ଚଷା ନିମଖଣ୍ଡି ରାସ୍ତା ଓ ବ୍ରିଜ୍ ଅବସ୍ଥା ଶୋଚନୀୟ ; ଧାରଣା ଚେତାବନୀ

0
275

ଦିଗପହଣ୍ଡି – ଦିଗପହଣ୍ଡି ବ୍ଳକ ଅନ୍ତର୍ଗତ ନିମଖଣ୍ଡିପେଣ୍ଠ ଠାରୁ ଚଷା ନିମଖଣ୍ଡି ଦେଇ ଯାଇଥିବା ରାସ୍ତା ଓ ବ୍ରିଜ୍ ଦୀର୍ଘ ମାସ ଧରି ଶୋଚନୀୟ ଅବସ୍ଥାରେ ରହିଥିବା ଜଣାପଡିଛି । ଯାହାକୁ ନେଇ ଉକ୍ତ ରାସ୍ତା ଓ ବ୍ରିଜର ସ୍ଥାୟୀ ସମାଧାନ ନିମନ୍ତେ ନିମଖଣ୍ଡିପେଣ୍ଠ ମାଁ ନାରଙ୍ଗୀ ଅଟୋ ମାଲିକ ଓ ଡ୍ରାଇଭର ସଂଘ ପକ୍ଷରୁ ପୂର୍ତ୍ତବିଭାଗ ସହକାରୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଦାବିପତ୍ର ପ୍ରଦାନ କରିଛନ୍ତି । ଖବରନୁଯାୟୀ , ଦିଗପହଣ୍ଡି ଠାରୁ ଭୀଷ୍ମଗିରି ଦେଇ ପ୍ରତ୍ୟହ ଦିନ ଉକ୍ତ ଦୁଇ ଗ୍ରାମ ରାସ୍ତାରେ ଶହ ଶହ ଯାନବାହନ ଯାତାୟାତ କରୁଥିବା ବେଳେ ରାସ୍ତାରେ ବଡ ବଡ ଖାଲ ସୃଷ୍ଟି ହୋଇଯିବା ଛୋଟବଡ ଦୁର୍ଘଟଣା ମାନ ଘଟି ଆସୁଛି । ଏପରିକି ରାମନଦୀ ସେତୁ ପୂର୍ବରୁ ଯାହା ଅଧାପନ୍ତରିଆ କାମ କରି ରହିଯାଇଛି ସେହି ଜାଗା ମାନଙ୍କରେ ବର୍ତ୍ତମାନ ଲୋକଙ୍କ ପାଇଁ ମରଣଯନ୍ତା ପାଲଟିଛି । ଏନେଇ ଗ୍ରାମବାସୀ ବାରମ୍ବାର ଏହି ମୌଳିକ ସମସ୍ୟାର ସମାଧାନ ପାଇଁ ଦାବି କରି ଆସୁଥିଲେ ମଧ୍ୟ ସୁଫଳ ଫଳପ୍ରଦ ହୋଇ ପାରୁନଥିବା ଅଭିଯୋଗ ଦର୍ଶାଇଛନ୍ତି । ତେବେ ଆସନ୍ତା ୫ ଦିନ ମଧ୍ୟରେ ସମାଧାନ ନ କରାଯାଏ ତେବେ ଆସନ୍ତା ଅକ୍ଟୋବର ୧୮ ପୂର୍ତ୍ତବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ସଂଘ ତରଫରୁ ଗଣଧାରଣା ଦିଆଯିବାକୁ ଦୃଢ଼ ନିଷ୍ପତ୍ତି ନିଆଯିବା ସହ ଚେତାବନୀ ଦିଆଯାଇଛି । ସଂଘ ସଭାପତି ତ୍ରିନାଥ ଗୈାଡ , କେ . ନରସିଂହ ପାତ୍ର , ସୁଦାମ ବେହେରା , ଲକ୍ଷ୍ମୀନାରାୟଣ ବେହେରା , ଦୁର୍ଯୋଧନ ସାହୁ , ଅଶୋକ ଶୁକ୍ଳ , ବୁଲୁ ମିଶ୍ର , ମୁନା ଗୈାଡ , ଗଣେଶ ପାତ୍ର , ଶ୍ରୀଧର କର ପ୍ରମୁଖ ଉପସ୍ଥିତ ଥିଲେ।

ରିପୋର୍ଟ:କିରଣ ବେହେରା

LEAVE A REPLY

Please enter your comment!
Please enter your name here