ପକ୍କା ଘର ଆବଣ୍ଟନ ଦୁର୍ନୀତି ମାମଲାରେ ବିଜେପିର ବେଗୁନିଆପଡ଼ା ବ୍ଳକ ଘେରାଉ

0
299

ବେଗୁନିଆପଡା :ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗରିବଙ୍କୁ ବାସଗୃହ ଆବଣ୍ଟନ ପ୍ରସଙ୍ଗରେ ଓଡିଶା ଆସିଥିବା କେନ୍ଦ୍ରୀୟ ଟିମ୍ ତାଙ୍କ ତଦନ୍ତ ରିପୋର୍ଟ ଅନୁଯାୟୀ ଏକ ମହା ଦୁର୍ନୀତିର ପର୍ଦ୍ଦାଫାସ ହୋଇଛି। ରିପୋର୍ଟ ଅନୁସାରେ ୧ ଲକ୍ଷରୁ ଉର୍ଦ୍ଧ୍ବ ଘର ବଣ୍ଟନରେ ଅନିୟମିତତା ହେବା ସହ ପାଖାପାଖି ୧ ହଜାର କୋଟି ଟଙ୍କାର ବାଟମାରଣା ହୋଇଛି। ରାଜ୍ୟରେ ଜଣେ ହେଲେ ଯୋଗ୍ଯ ହିତାଧିକାରୀ ଯେପରି ବାସଗୃହ ପାଇବାରୁ ବଞ୍ଚିତ ନ ହୁଅନ୍ତି ସେଥିପାଇଁ ରାଜ୍ୟ ବିଜେପି ତରଫରୁ ଗତକାଲି ଠାରୁ ୩ ଦିନ ଧରି ସମସ୍ତ ବ୍ଲକ୍ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ଧାରଣ ପ୍ରଦର୍ଶନ କରାଯାଇ ରାଜ୍ୟପାଳଙ୍କ ଉଦ୍ୟଶ୍ୟରେ ବିଡ଼ିଓଙ୍କ ଜରିଆରେ ସ୍ମାରକ ପତ୍ର ପ୍ରଦାନ କରାଯାଉଛି। ଗୁରୁବାର ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକ କାର୍ଯ୍ଯାଳୟ ସମ୍ମୁଖରେ ବିଜେପି ପକ୍ଷରୁ ବିକ୍ଷୋଭ ସହ ଏହାର ପ୍ରତିବାଦ କରାଯାଇଥିଲା। କବିସୂର୍ଯ୍ୟନଗର ବିଜେପି ବିଧାୟକ ପ୍ରାର୍ଥୀ ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ରଂଜନ କୁମାର ପଲେଇକଂ ନେତୃତ୍ୱରେ ଜିଲ୍ଲା ସାଧାରଣ ସମ୍ପାଦକ ଅନୀଲ କୁମାର ପଣ୍ଡା, ଖଲ୍ଲିିକୋଟ ବିଧାୟିକା ପ୍ରାର୍ଥୀନୀ ଭାରତୀ ବେହେରା, କୋଦଳା ମଣ୍ଡଳ ସଭାପତି ମଧୂସୁଧନ ଜେନା, ବେଗୁନିଆପଡ଼ା ମଣ୍ଡଳ ସଭାପତି ସୁଦର୍ଶନ ସାହୁ, ଜିଲ୍ଲା ସମ୍ପାଦକ ସଞ୍ଜୟ ଘୋଷ, ଯୁବ ନେତା ରମାକାନ୍ତ ଦୋରା ସମେତ ବହୁ ବରିଷ୍ଠ ବିଜେପି କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ।
Byte – କବିସୂର୍ଯ୍ୟନଗର ବିଧାୟକ ପ୍ରାର୍ଥୀ ରଂଜନ କୁମାର ପଲେଇ ।
ଯୋଗ୍ଯ ହିତାଧିକାରୀଙ୍କୁ ଦଳୀୟ ଭିତରେ ଗୋଟିଏ ଗୋଟିଏ ପରିବାରରେ ଏକାଧିକ ଅଯଥା ଅନୁକମ୍ପା ପ୍ରଦର୍ଶନ, ଗୁହାଳକୁ କଚ୍ଚା ଘର ଭାବେ ଜିଓ ଟ୍ଯାଗିଂ କରାଯାଇ ବାସଗୃହ ଆବଣ୍ଟନ କରାଯାଇଛି। ଯେପରିକି ଏ ସମସ୍ତ ତଥ୍ୟ ରାଜ୍ୟ ସରକାରଙ୍କ ଦ୍ଵାରା ଓ୍ବେବ୍ ସାଇଟ୍ ରେ ନିର୍ମିତ ଘରର ଡୋମି ଏଣ୍ଟ୍ରି କରାଯାଇଛି। ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନାର ଷ୍ଟିକର ଛୋଟ ଆକାରରେ ଓ ବିଜୁ ପକ୍କା ଘର ଯୋଜନାର ବଡ଼ ଷ୍ଟିକର ଲଗାଯାଇଛି। ପି ଏ ଏମ୍ ଆବାସ ଯୋଜନାର ପାଣ୍ଠିକୁ ଅନ୍ଯ କାହାକୁ ହସ୍ତାନ୍ତର କରିବା ପାଇଁ ପ୍ରକୃତ ହିତାଧିକାରୀଙ୍କ ବ୍ଯାକଂ ନମ୍ବରକୁ ପରିବର୍ତ୍ତନ କରାଯାଇଛି।
Byte – ଜିଲ୍ଲା ସାଧାରଣ ସମ୍ପାଦକ ଅନୀଲ କୁମାର ପଣ୍ଡା।
ସାରା ରାଜ୍ୟରେ ଏନେଇ ବ୍ଲକ ମାନଙ୍କରେ ବିଜେପି ପକ୍ଷରୁ ପ୍ରତିବାଦ କରାଯାଉଥିବା ବେଳେ ବେଗୁନିଆପଡ଼ା ବ୍ଳକରେ ବିଜେପି ପକ୍ଷରୁ ବିକ୍ଷୋଭ ଓ ପ୍ରତିବାଦ ସଭା ଅନୁଷ୍ଠିତ ହୋଇ ରାଜ୍ୟପାଳଙ୍କ ଉଦ୍ୟଶ୍ୟରେ ଏକ ସ୍ମାରକ ପତ୍ର ବିଡ଼ିଓଙ୍କ ଅନୁପସ୍ଥିତରେ ଏ ବିଡ଼ିଓଙ୍କୁ ପ୍ରଦାନ କରାଯାଇଛି। ରାଜ୍ୟରେ ଯୋଗ୍ଯ ହିତାଧିକାରୀଙ୍କୁ ପକ୍କା ଘର ଖଣ୍ଡେ ନ ମିଳିବା ପର୍ଯ୍ୟନ୍ତ ବିଜେପି ଲଢେଇ ଜାରି ରଖିବ ବୋଲି କହିଛନ୍ତି ବିଜେପିର ବରିଷ୍ଠ ନେତା।

ରିପୋର୍ଟ :ଭଞ୍ଜ ମହାରଣା

LEAVE A REPLY

Please enter your comment!
Please enter your name here