ଦିଗପହଣ୍ଡି ବ୍ଲକ ସରପଞ୍ଚ ସଂଘ ସଭାପତି ପୁନଃ ଗଠନ ; ଫନିନ୍ଦ୍ର ହେଲେ ସଭାପତି

0
148

ଦିଗପହଣ୍ଡି – ଦିଗପହଣ୍ଡି ବ୍ଳକ ସରପଞ୍ଚ ସଂଘ ସଭାପତି ପୁନଃ ଗଠନ ପ୍ରକ୍ରିୟା ଗୁରୁବାର ଦିନ କରପଡା ପଞ୍ଚାୟତ ବାଲିଯୋଡି କଲ୍ୟାଣ ମଣ୍ଡପ ପରିସରରେ ଅନୁଷ୍ଠିତ ହୋଇଯାଇଛି । କରପଡା ସରପଞ୍ଚ ଫନିନ୍ଦ୍ର ଚନ୍ଦ୍ର ଗୋସ୍ୱାମୀଙ୍କୁ ବ୍ଳକ ସରପଞ୍ଚ ସଂଘ ସଭାପତି ଭାବେ ମନୋନୀତ କରାଯାଇଥିଲା । ଯେହେତୁ ପୂର୍ବରୁ ଦାୟିତ୍ଵରେ ରହିଥିବା କଇଠଖଣ୍ଡି ସରପଞ୍ଚ ମନୋରଞ୍ଜନ ଗୈାଡ ବର୍ତ୍ତମାନ ରାଜ୍ୟ ଉପସଭାପତି ଏବଂ ଗଞ୍ଜାମ ଜିଲ୍ଲାର ସରପଞ୍ଚ ସଂଘର ସଭାପତି ଭାବେ ଦାୟିତ୍ଵରେ ରହିଥିବା ଯୋଗୁଁ ସେ ବୁଧବାର ଆୟୋଜିତ ବୈଠକରେ ନିଜ ପଦବୀରୁ ଓହରି ଯାଇଛନ୍ତି । ଯାହାଫଳରେ ଅନୁଷ୍ଠିତ ଶିବିରରେ ସମସ୍ତ ସରପଞ୍ଚଙ୍କ ଉପସ୍ଥିତିରେ ନୂତନ ସଭାପତି ଭାବେ ଶ୍ରୀ ଗୋସ୍ୱାମୀଙ୍କୁ ଚୟନ କରାଯାଇଥିବା ବେଳେ ଉପସଭାପତି ତପନ କୁମାର ପ୍ରଧାନ , ସଂପାଦକ ସନ୍ତୋଷ ଦୋରା , ସହ ସଂପାଦକ ରବିଚନ୍ଦ୍ର ଗୌଡ଼ , କୋଷାଧ୍ୟକ୍ଷ ଶିଶିର ପ୍ରଧାନ , ଉପଦେଷ୍ଟା ମଣ୍ଡଳୀ ଭାବେ ଶିବରାମ ପ୍ରଧାନ , ବି . କ୍ରିଷ୍ଣାରାଓ ସୁବୁଦ୍ଧି , ପ୍ରଶାନ୍ତ କୁମାର ପ୍ରଧାନ , ବିଜୟ କୁମାର ପ୍ରଧାନ , ଗୀତାଞ୍ଜଳୀ ଜାନୀଙ୍କୁ ମନୋନୀତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବ୍ଳକ ଅଧିନସ୍ଥ ଅନ୍ୟ ସରପଞ୍ଚ ମାନେ ମଧ୍ୟ ଉପସ୍ଥିତ ଥିଲେ ।

ରିପୋର୍ଟ:କିରଣ ବେହେରା

LEAVE A REPLY

Please enter your comment!
Please enter your name here