ବିଭିନ୍ନ ପ୍ରକଳ୍ପ ଉଦଘାଟନ କଲେ ବିଧାୟକ ଶ୍ରୀକାନ୍ତ ସାହୁ

0
168

ପୋଲସରା : ଗଞ୍ଜାମ ଜିଲ୍ଲାର ପୋଲସରା ଏନ୍.ଏ.ସି. ର ଚାରି ଗୋଟି ପ୍ରକଳ୍ପକୁ ପୋଲସରା ନିର୍ବାଚନ ମଣ୍ଡଳୀ ମାନ୍ୟବର ବିଧାୟକ ଶ୍ରୀକାନ୍ତ ସାହୁ ଅକ୍ଟୋବର ୧୦ ତାରିଖ ଦିନ ଉଦଘାଟନ କରିଛନ୍ତି। ପୋଲସରା ଏନଏସି ଅନ୍ତର୍ଗତ ୱାର୍ଡ଼ ନଂ ୪, ୫ ଓ ୧୯, ତିନି ଗୋଟି ୱାର୍ଡ଼ ର ମିଶନ ଶକ୍ତି ଗୃହକୁ ମାନ୍ୟବର ବିଧାୟକ ଶ୍ରୀକାନ୍ତ ସାହୁ ଯୋଗ ଦେଇ ମିଶନ ଶକ୍ତି ମା’ମାନଙ୍କ ଉପସ୍ଥିତରେ ଉଦଘାଟନ କରିଥିଲେ। ପୋଲସରା ବ୍ଲକ ଅନ୍ତର୍ଗତ ମର୍ଦ୍ଦରାଜପୁର ଗ୍ରାମ ନିକଟରେ ପୋଲସରା ଏନ୍.ଏ.ସି ପକ୍ଷରୁ ନିର୍ମାଣ ହୋଇଥିବା ମଳ ଉପଚାର ସୁବିଧା କେନ୍ଦ୍ରକୁ ମଧ୍ୟ ବିଧାୟକ ଶ୍ରୀ ସାହୁ ଉଦଘାଟନ କରିଛନ୍ତି। ସମସ୍ତ ଉଦଘାଟନ କାର୍ଯ୍ୟକ୍ରମରେ ବିଧାୟକଙ୍କ ସହ ପୋଲସରା ଏନ୍.ଏ.ସି. କାର୍ଯ୍ୟନିର୍ବାହୀ ଅଧିକାରୀ ସୁଭମ ବେହେରା, ଅଧ୍ୟକ୍ଷା ସଙ୍ଗୀତା ବେହେରା, ଉପାଧ୍ୟକ୍ଷ ସନ୍ତୋଷ କୁମାର ବେହେରା ଓ କାଉନସିଲର ବୃନ୍ଦ ଉପସ୍ଥିତ ଥିଲେ।

ରିପୋର୍ଟ:ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here