ଜଗଦଳପୁର ପିଏଚସିରେ ବରିଷ୍ଠ ନାଗରିକଙ୍କୁ କରୋନା ଟିକା ପ୍ରଦାନ

0
278

କୁକୁଡ଼ାଖଣ୍ଡି(ନ୍ୟୁଜ ଏକ୍ସଟ୍ରା):କୁକୁଡ଼ାଖଣ୍ଡି ବ୍ଲକ ଅନ୍ତର୍ଗତ ଜଗଦଳପୁର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଶୁକ୍ରବାର ଦିନ ବରିଷ୍ଠ ନାଗରିକଙ୍କୁ କୋଭିଡ୍‌ ଟିକା ପ୍ରଦାନ କରାଯାଇଛି।ଉକ୍ତ ଟୀକା କରଣ କାର୍ଯ୍ୟକ୍ରମର ପ୍ରଥମ ଦିନରେ ଜଗଦଳପୁର ପଞ୍ଚାୟତର ୧୦୦ ଜଣ ବରିଷ୍ଠ ନାଗରିକଙ୍କୁ ଟୀକାକରଣ କରାଯାଇଥିଲା। ଅନ୍ୟପଟରେ ଯେଉଁ ମାନେ ପ୍ରାଇଭେଟ୍ ହସ୍ପିଟାଲରେ ଟିକାକରଣ କରିବେ ସେମାନେ ଟୀକା ବାବଦକୁ ଅଢ଼େଇ ଶହ ଟଙ୍କା ଖର୍ଚ୍ଚ କରିବାକୁ ପଡିବ ବୋଲି ସ୍ୱାସ୍ଥ୍ୟ କେନ୍ଦ୍ର ଡାକ୍ତର ବିଜୟ କୁମାର ସୁବୁଦ୍ଧିଙ୍କ ଠାରୁ ସୂଚନା ମିଳିଛି।ତେବେ ଏହି ଟିକାକରଣ ଲାଗି ଜଣକୁ ସର୍ଭିସ୍ ପାଇଁ ୧୦୦ ଓ ଭାକ୍ସିନେସନ୍ ୧୫୦ ଟଙ୍କା ଖର୍ଚ୍ଚ ହେବ। ସରକାରୀ ହସ୍ପିଟାଲରେ ମାଗଣାରେ ଏହି ଟୀକା ମିଳୁଥିବାରୁ ରାଜ୍ୟ ଓ କେନ୍ଦ୍ର ସରକାର ବରିଷ୍ଠ ନାଗରିକଙ୍କ ପାଇଁ ଏହି ଯୋଜନା କାର୍ଯ୍ୟକାରୀ କରିଥିବାରୁ ଏହାକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି।ଟୀକାକରଣ ପାଇଁ ଆସୁଥିବା ସମସ୍ତ ବରିଷ୍ଠ ନାଗରିକଙ୍କର ଆଧାରକାର୍ଡ ରେଜିଷ୍ଟ୍ରେସନ କରିଯିବା ପରେ ଟୀକା ପ୍ରଦାନ କରାଯାଉଛି। ଉକ୍ତ ଟୀକାକରଣ କାର୍ଯ୍ୟକ୍ରମରେ ଜଗଦଳପୁର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ଆୟୁଷ ଡାକ୍ତର ସୁନିତା ପ୍ରଧାନ,ଫାର୍ମାସିଷ୍ଟ ହେମନ୍ତ କୁମାର ପାତ୍ର, ଏଏନ୍ଏମ୍ ଦିପ୍ତୀରାଣୀ ପାତ୍ର,ଏଏନ୍ଏମ୍ ଗୀତାରାଣୀ ସାହୁ, ଆଶାକର୍ମୀ ରଶ୍ମିତା ସେଠି, ମଞ୍ଜୁଲତା ସେଠି, ସବିତା ପାତ୍ର, ସନ୍ତୋଷ ପାଢ଼ୀ ଓ ହରି ଦାସ ପ୍ରମୁଖ କର୍ମଚାରୀ ଉପସ୍ଥିତ ରହି ସହଯୋଗ କରିଥିଲେ।

ରିପୋର୍ଟ :ମନୋଜ କୁମାର ପାତ୍ର

LEAVE A REPLY

Please enter your comment!
Please enter your name here