ଦରଦାମ ବୃଦ୍ଧି ବିରୋଧରେ ଖଲ୍ଲିକୋଟରେ ବିଜେଡି ପକ୍ଷରୁ ବିଶାଳ ବିକ୍ଷୋଭ ପ୍ରଦର୍ଶନ

0
246

ଖଲ୍ଲିକୋଟ (ନ୍ୟୁଜଏକ୍ସଟ୍ରା) : ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ ,ଖାଇବା ତେଲ, ଡାଲି ତଥା ଅନ୍ୟାନ୍ୟ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଅହେତୁକ ଦର ବୃଦ୍ଧି ପ୍ରତିବାଦରେ ରାଜ୍ୟ ବିଜେଡି ର ନିର୍ଦ୍ଦେଶ କ୍ରମେ ଖଲ୍ଲିକୋଟ ବ୍ଲକ ବିଜୁଜନତା ଦଳ ପକ୍ଷରୁ ସ୍ଥାନୀୟ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଆଜି ବିଶାଳ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଖଲ୍ଲିକୋଟ ପୂର୍ତ୍ତ ବିଭାଗ ଡାକବଙ୍ଗଳା ଠାରୁ ଏକ ବର୍ଣ୍ଣାଢ୍ୟ ଶୋଭାଯାତ୍ରାରେ ସହସ୍ରାଧିକ ମହିଳାଙ୍କ ସମେତ ବିପୁଳ ସଂଖ୍ୟକ ବି ଜେ ଡି କର୍ମୀ କେନ୍ଦ୍ର ସରକାରଙ୍କ ଜନମାରଣ ନୀତି ବିରୋଧରେ ବିଭିନ୍ନ ସ୍ଲୋଗାନ ଦେଇ ବ୍ଲକ କାର୍ଯ୍ୟାଳୟ ପରିସରରେ ପଂହଁଚିଥିଲେ । ଶୋଭାଯାତ୍ରାରେ ମହିଳାମାନେ ଖାଲି ଗ୍ୟାସ ହାଣ୍ଡି ଏବଂ କାଠଚୁଲା ମୁଣ୍ଡ ରେ ମୁଣ୍ଡେଇ ଆସୁଥିବା ଦୃଶ୍ୟ ବେଶ ରୋଚକ ପରିସ୍ଥିତି ସୃଷ୍ଟିକରିଥିଲା ।ବ୍ଲକ ଅଫିସ ପରିସରରେ ମହିଳାମାନେ କାଠଚୁଲିରେ ରୋଷେଇକରିବା ସହ କେନ୍ଦ୍ର ସରକାରଙ୍କ ବିରୋଧରେ ସ୍ଲୋଗାନ ଦେଇଥିଲେ । ଅନୁଷ୍ଠିତ ପଥପ୍ରାନ୍ତ ସଭାରେ ସ୍ଥାନୀୟ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟ, ବ୍ଲକ ଅଧ୍ୟକ୍ଷା ମିନାକ୍ଷୀ ସାହୁ, ଜିଲ୍ଲାପରିଷଦ ଅଧ୍ୟକ୍ଷା ସୋନମ ପଲେଇ, ଜିଲ୍ଲାପରିଶଦ ସଭ୍ୟା ସନ୍ଧ୍ୟାରାଣୀ ଦଳେଇ, ବ୍ଲକ ମହିଳା ବି ଜେ ଡି ସଭାନେତ୍ରୀ ମିତାଞ୍ଜଳି ମିଶ୍ରଙ୍କ ସମେତ ଦଳୀୟ ନେତୃବୃନ୍ଦ ନିଜ ଭାଷଣରେ କେନ୍ଦ୍ର ସରକାରଙ୍କ ଏପରି ଜନ ମାରଣ ନୀତିକୁ ତୀବ୍ର ସମାଲୋଚନା କରିଥିଲେ । ଏକ ପ୍ରତିନିଧି ଦଳ ତିନି ଦଫା ସମ୍ବଳିତ ଦାବୀପତ୍ର ମାନ୍ୟବର ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ଥାନୀୟ ବି ଡି ଓ ମିତାଲି ପାତ୍ରଙ୍କ ଜରିଆରେ ପ୍ରଦାନ କରିଥିଲେ । ଏହି ବିକ୍ଷୋଭରେ ଯୁବ ନେତା ଦୈତାରୀ ବେହେରା, ରତ୍ନାକର ସାହୁ, ଖଲ୍ଲିକୋଟ ବ୍ଲକ ଯୁବ ବିଜେଡି ସଭାପତି ଦୟାନିଧି ସାହୁ, ପୂର୍ବତନ ନଗରପାଳ ରାମମୋହନ ପଣ୍ଡା, ଖଲ୍ଲିକୋଟ ଏନ ଏ ସି ମହିଳା ବିଜେଡି ସଭାନେତ୍ରୀ ସସ୍ମିତା ବେହେରା, ଯୁବନେତା ଭିକାରିଚରଣ ପାଣ୍ଡୀ, ସରପଞ୍ଚ ପ୍ରଫୁଲ କୁମାର ସାହୁ, ବ୍ଲକ ବିଜେଡି ସଭାପତି ତଥା ଜିଲ୍ଲା ପରିଷଦ ସଭ୍ୟ ଗଙ୍ଗାଧର, ପଂଚାୟତ ସମିତି ଉପାଧ୍ୟକ୍ଷ ଏ. ପ୍ରକାଶ ପାତ୍ରଙ୍କ ସମେତ ସମସ୍ତ ବିଜେଡି ସମର୍ଥିତ ଲୋକ ପ୍ରତିନିଧି ଓ ଦଳୀୟ ନେତୃବୃନ୍ଦ ଉପସ୍ଥିତ ଥିଲେ ।

ରିପୋର୍ଟ – ପ୍ରଦୀପ୍ତ କୁମାର ସାହୁ

LEAVE A REPLY

Please enter your comment!
Please enter your name here