ବୁଗୁଡା ବ୍ଲକରେ ବିଜୁ ଜନତା ଦଳ ପକ୍ଷରୁ ଜନସମ୍ପର୍କ ପଦଯାତ୍ରା

0
161

ବୁଗୁଡା : ପୋଲସରା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବୁଗୁଡା ବ୍ଳଜରେ ବିଜୁ ଜନତା ଦଳ ପକ୍ଷରୁ ଜନ ସଂପର୍କ ପଦଯାତ୍ରା ଅକ୍ଟୋବର ୫ ତାରିଖ ଦିନ ଅନୁଷ୍ଠିତ ହୋଇଯାଇଛି। ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ପୋଲସରା ନିର୍ବାଚନ ମଣ୍ଡଳୀରେ ଜନସମ୍ପର୍କ ପଦଯାତ୍ରା ପ୍ରଥମେ ପୋଲସରା ବ୍ଲକରେ ଅନୁଷ୍ଠିତ ହୋଥିବା ବେଳେ ବୁଗୁଡା ବ୍ଳକର ଗୋଲିଆ ପଞ୍ଚାୟତର ବାଦୁଆ, ଗୋଲିଆ ଓ ସତ୍ରୃଶୋଲ ଗ୍ରାମ ଏବଂ ଭାମଶ୍ଯାଳି ପଞ୍ଚାୟତର କୁଆନଳା ଓ ଭାମଶ୍ଯାଳି ଗ୍ରାମରେ ଅନୁଷ୍ଠିତ ହୋଇଛି। ପଦଯାତ୍ରାରେ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ସାମିଲ ହୋଇ ଦଳୀୟ କର୍ମୀ ମାନଙ୍କୁ ଉତ୍ସାହିତ କରିଥିଲେ। ଅପରାହ୍ନରେ ବିରଞ୍ଚିପୁର ପଞ୍ଚାୟତର ଆଦିପୁର, ବିରଞ୍ଚିପୁର ଓ ବି.ବ୍ରହ୍ମପୁର ଗ୍ରାମରେ ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଥିଲା। ବିଧାୟକ ଶ୍ରୀ ସାହୁ ଜନସାଧାରଣଙ୍କ ସମେତ ଗ୍ରାମର ବିଭିନ୍ନ ସମସ୍ୟା ବୁଝିବା ସହ ରାଜ୍ୟସରକାରଙ୍କ ବିଭିନ୍ନ ଯୋଜନା ଓ ଉନ୍ନତିମୂଳକ କାର୍ଯ୍ୟ ବିଷୟରେ ଲୋକଙ୍କୁ ଅବଗତ କରିଥିଲେ। ପଦଯାତ୍ରାରେ ବୁଗୁଡା ବ୍ଳକ ବିଜେଡି ସଭାପତି ମଦନ ଗୋପାଳ ଦୋରାଙ୍କ ସଭାପତିତ୍ୱରେ ବିଭିନ୍ନ ଗ୍ରାମ ଗୁଡିକରେ ପଥପ୍ରାନ୍ତ ସଭା ମାଧ୍ୟମରେ ନବୀନ ବାବୁଙ୍କ ବିକାଶର ବାର୍ତ୍ତା ଲୋକଙ୍କ ପାଖରେ ପହଞ୍ଚାଇ ଥିଲେ। ବିଧାୟକ ଶ୍ରୀସାହୁ ପରାମର୍ଶ ଦେଇଥିଲେ । ଜନସମ୍ପର୍କ ପଦଯାତ୍ରାରେ ବ୍ଳକ ଅଧ୍ଯକ୍ଷା କେ.ପ୍ରିୟଦର୍ଶନୀ ଆଚାରୀ, ଉପାଧ୍ୟକ୍ଷ ମାନସ ରଞ୍ଜନ ପ୍ରଧାନ, ବୁଗୁଡା ଏନଏସି ଅଧ୍ୟକ୍ଷ ଚିତ୍ରସେନ ପ୍ରଧାନ, ସରପଞ୍ଚ ଦୈତାରୀ ବେହେରା, ସୁଧାଂଶୁ ଶେଖର ପାଢ଼ୀ, କିଶୋର ଚନ୍ଦ୍ର ବେହେରା, ଯୁବ ନେତା ପୃଥ୍ବୀରାଜ ଭଞ୍ଜଦେଓ, କୈଳାଶ ପ୍ରଧାନ, ବସନ୍ତ ଦଳେଇ, ଟୁକୁନା ସ୍ବାଇଁ, ଭାଗ୍ଯଲତା ବିଷୋୟୀ, ହରିହର ବିଷୋୟୀ, ଜ୍ୟୋତ୍ସ୍ନାମୟୀ ଗୌଡ, ଭାଗ୍ଯଲତା ରାଉତ, ସରପଞ୍ଚ ସଞ୍ଜୟ କୁମାର ବିଶ୍ବାଳ, ସମିତି ସଭ୍ଯା ଗାୟତ୍ରୀ ପ୍ରଧାନ, ମନ୍ଦାକିନି ସାହୁ, ମନୋରଞ୍ଜନ ଦାସ, କେ.ତ୍ରିଲୋଚନ ଦୋରା, କେ.ନୀଳମାଧବ ଆଚାରୀ, ଜିଲ୍ଲା ପରିଷଦ ସଦସ୍ୟ ଅଶୋକ ବିଷୋୟୀ ଓ ଗଙ୍ଗାପାଣି ଜେନା, ଜିତେନ୍ଦ୍ର କୁମାର ନାୟକ, ଯୁବବିଜେଡି ସଭାପତି ସୁଶାନ୍ତ କୁମାର ପୋଲାଇ, ବିଧାୟକ ପ୍ରତିନିଧି ସୁକାନ୍ତ ଭୂୟାଁ, ଡିଲେଶ୍ବର ପାତ୍ର, ବିଚିତ୍ର ପାଣିଗ୍ରାହୀ, ଜୟଦେବ ପ୍ରଧାନ, ସୁଶାନ୍ତ କୁମାର ସେଠୀ, ପ୍ରଦୀପ କୁମାର ଜେନା, ରିଙ୍କି ଦାସ, କବିରାଜ ଗୌଡ଼, ସମିତି ସଭ୍ୟା ଅଳକା ରାଣୀ ନନ୍ଦ, ସୀମାଞ୍ଚଳ ନନ୍ଦ, ସନ୍ତୋଷ କୁମାର ସେଠୀ, ମନୋଜ କୁମାର ସାହୁଙ୍କ ସମେତ ବିଭିନ୍ନ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ଯ ଏବଂ ବହୁ ଦଳୀୟ ନେତା ଓ କର୍ମୀ ଏହି ପଦଯାତ୍ରାରେ ସାମିଲ ହୋଇଥିଲେ।
ରିପୋର୍ଟ:ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here