ବିଏମସିର ୨୩ ନମ୍ବର ୱାର୍ଡରେ ଅଭିଯୋଗ ଶୁଣାଣୀ କହିଲେ ଜନତା ଶୁଣିଲା ପ୍ରଶାସନ

0
166

ବ୍ରହ୍ମପୁର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ନିର୍ଧେସ ରେ ତୃଣମୂଳ ସ୍ତରରୁ ସମସ୍ୟା ସମାଧାନ ପାଇଁ ଅଣ୍ଟା ଭିଡ଼ିଛି ବି ଏମ ସି ବ୍ରହ୍ମପୁର। ଏହି ଆଧାର ରେ ମହାନଗର ନିଗମ ପକ୍ଷରୁ 23 ନମ୍ବର ୱାର୍ଡ ସ୍ଥିତ ରଘୁନାଥ ମନ୍ଦିର ପ୍ରାଙ୍ଗଣରେ ଅଭିଯୋଗ ଶୁଣାଣି ହୋଇଛି। ରାସ୍ତା ଘାଟ, ଷ୍ଟ୍ରୀଟ ଲାଇଟ ,ଭତ୍ତା,ଆବାସ ଯୋଜନା ପାଇଁ ସ୍ଥାନୀୟ ଜନସାଧାରଣ ନିବେଦନ କରିଥିବା ବେଳେ ପ୍ରଶାସନ ତତ୍କ୍ଷଣାତ ପୁରଣ ପାଇଁ ମେୟର ସଂଘମିତ୍ରା ଦଳେଇ ଓ କମିଶନର ଯେ ସୋନାଲ କହିଥିଲେ।ସ୍ଥାନୀୟ କର୍ପୋରେଟର ଆରତୀ ତନ୍ତୀ ଙ୍କ ତତ୍ତ୍ୱବଧାନ ରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ସହକାରୀ କମିଶନର ବିନୋଦ ବେହେରା,ଜେଇ ଇଂ.ସୂତିକା ପାତ୍ର, ୱାଟକୋ ଜେଇ ଇଂ ପ୍ରଦୀପ ପଟନାୟକ ଉପସ୍ଥିତ ଥିଲେ।କର୍ପୋରେଟର ଙ୍କ ପ୍ରତିନିଧି ମିଟୁ ତନ୍ତୀ ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here