ହାତୀଓଟ ମହାବିଦ୍ୟାଳୟରେ ଏଡସ ସଚେତନତା କାର୍ଯ୍ୟକ୍ରମ

0
314

ପୋଲସରା :ଗଞ୍ଜାମ ଜିଲାର ପୋଲସରା ବ୍ଲକ ଅନ୍ତର୍ଗତ ହାତୀଓଟ ଗ୍ରାମର ଗଙ୍ଗାଧର ସାହୁ ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟ ପରିସରରେ ଗଞ୍ଜାମ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ ଏଚଆଇଭି ବିଷୟରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I କଲେଜ ଅଧ୍ୟକ୍ଷା ଯାଜ୍ଞସେନୀ ସାହୁଙ୍କ ଅଧ୍ୟକ୍ଷତାରେ ଏହି ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଗଞ୍ଜାମ ଜିଲ୍ଲା ଏଡସ ସଂଯୋଜକ ହେମନ୍ତ କୁମାର ଦାସ ଏବଂ ସମ୍ମାନିତ ଅତିଥି ଭାବେ ଏଡସ ସେଲର ଡ଼. ସନ୍ତୋଷ କୁମାର ରାଜୁ ଓ ପୋଲସରା ଆଇସିଡିଏସ ବିଭାଗର ଅଧିକାରୀ ମନୋଜ ସାହୁ ଯୋଗଦେଇଥିଲେ I ଏହି କାର୍ଯ୍ୟକ୍ରମରେ ଶ୍ରୀ ଦାସ ଏଡସର ଉତ୍ପତି, କାରଣ ଓ ପ୍ରତିକାର ବିଷୟରେ ବହୁ ମୂଲ୍ୟବାନ ସଚେତନତା ବାର୍ତ୍ତା ଛାତ୍ରଛାତ୍ରୀମାନଙ୍କୁ ପ୍ରଦାନ କରିଥିଲେ। ସୋସିଆଲ ମିଡ଼ିଆରେ ଏଡସ ସଚେତନତା ବିଷୟରେ ବିଭିନ୍ନ ରିଲସ, ସଙ୍ଗୀତ ଓ ଅଭିନୟ ଆଦି ପ୍ରଚାର କରିବା ସହ ସେଗୁଡ଼ିକ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗକୁ ପ୍ରେରଣ ପାଇଁ ଶ୍ରୀ ରାଜୁ ପରାମର୍ଶ ଦେଇଥିଲେ। ଏଥିସହ ଏଡସ ସମ୍ପର୍କିତ ୧୦୯୭ ନମ୍ବରକୁ କଲ କରିବାକୁ ଏକ ଡେମୋ ପ୍ରଦାନ କରିଥିଲେ l ଏହାପରେ ସୋସିଆଲ ମିଡିଆ ବ୍ୟବହାର କରୁଥିବା ଛାତ୍ରଛାତ୍ରୀମାନଙ୍କ ଏକ ଡାଟା ଗ୍ରହଣ କରି ସେମାନଙ୍କୁ ଏଡସ ଉପରେ ବିଭିନ୍ନ ବାର୍ତ୍ତା ପ୍ରେରଣ କରିବାକୁ ପରାମର୍ଶ ଦିଆଯାଇଥିଲା l ପରେ ପୋଲସରା ଏଡ଼ସ ବିଭାଗର ଅଧିକାରୀ ଶ୍ରୀଯୁକ୍ତ ମନୋଜ ସାହୁ ଗଞ୍ଜାମ ଜିଲ୍ଲାର ଏଡସ ସଂକ୍ରମଣ ବିଷୟରେ ଓ ଏହାର ମାରାତ୍ମକତା ବିଷୟରେ ଏକ ବିବରଣୀ ପ୍ରଦାନ କରିଥିଲେ। ଏଡ଼ସ ଆକ୍ରାନ୍ତ ବ୍ୟକ୍ତିଙ୍କ ସହ କିପରି ବ୍ୟବହାର କରିବା ଓ ସେମାନଙ୍କ ବିଭିନ୍ନ ସରକାରୀ ସୁବିଧା ଓ ସୁଯୋଗ ବିଷୟରେ ମଧ୍ୟ ସଚେତନ କରାଇଥିଲେ। ଏଡସ ରୋଗର ପ୍ରତିକାର ନିମନ୍ତେ ଯୁବଶକ୍ତିର ଗୁରୁତ୍ୱପୂଣ୍ଣ ଭୂମିକା ରହିଥିବା ବିଷୟରେ ପ୍ରତିପାଦନ କରିଥିଲେ। କାର୍ଯ୍ୟକ୍ରମକୁ ଯୁବ ରେଡ କ୍ରସ ସଂଯୋଜକ ତ୍ରିଲୋଚନ ଦାସ ପରିଚାଳନା କରିଥିଲେ। କଲେଜର ଅଧ୍ୟାପକ ଓ ଅଧ୍ୟlପିକା ଅନିଲ କୁମାର ଖଟେଇ, ଦିଲ୍ଲୀପ କୁମାର ପ୍ରଧାନ, ବିଷ୍ଣୁ ପ୍ରସାଦ ଜାନି, ଜାନକୀ କୁମାରୀ ସାହୁ, ନିବେଦିତା ସ୍ୱାଇଁ, ରାଜେନ୍ଦ୍ର ସାହୁ ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ l ଶେଷରେ ଅଧ୍ୟlପକ ଆଦିତ୍ୟ ନାରାୟଣ ବିଷୋୟୀ ଧନ୍ୟବାଦ ଅର୍ପଣ କରିଥିଲେ।

ରିପୋର୍ଟ:ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here