ରତ୍ନା ଉଚ୍ଚ ବିଦ୍ୟାଳୟରେ ସ୍ଵଚ୍ଛତା ହିଁ ସେବା କାର୍ଯ୍ୟକ୍ରମ

0
154

ବେଗୁନିଆପଡ଼ା: ଗଂଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଏମ ନୂଆପଲ୍ଲି ରତ୍ନା ଉଚ୍ଚ ବିଦ୍ୟାଳୟରେ ସ୍ଵଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି ।ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ବାନକ୍ରମେ, ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ୧୫୪ ତମ ଜନ୍ମତିଥି ୨ ଅକ୍ଟୋବର ୨୦୨୩ ପରିପ୍ରେକ୍ଷୀରେ ସ୍ବଚ୍ଛତା ହିଁ ସେବା ସଫେଇ ଅଭିଯାନ କାର୍ଯ୍ୟକ୍ରମ ରାମାଦେବୀ ଗାଇଡ୍ କମ୍ପାନୀ ଏବଂ ମହେଶ୍ୱର ସ୍କାଉଟ୍ ଟ୍ରୁପ୍ ଦ୍ଵାରା ରତ୍ନା ଉଚ୍ଚ ବିଦ୍ୟାଳୟରେ ଆୟୋଜନ କରାଯାଇଥିଲା । ସ୍କାଉଟ୍ ମାଷ୍ଟର ସୁରେନ୍ଦ୍ର ନାଥ ପ୍ରଧାନଙ୍କ ସଂଯୋଜନାରେ ଆୟୋଜିତ ସଫେଇ ଅଭିଯାନରେ ବିଦ୍ୟାଳୟର ସମସ୍ତ କର୍ମକର୍ତ୍ତା ତଥା ଶତାଧିକ ବିଦ୍ୟାର୍ଥୀ ଅଂଶଗ୍ରହଣ କରିଥିଲେ । ଏହି ଅବସରରେ ବିଦ୍ୟାଳୟର ଭିତର ଓ ବାହାର ପରିସରକୁ ସଫା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ପ୍ରଧାନ ଶିକ୍ଷକ ପୂର୍ଣ୍ଣ ଚନ୍ଦ୍ର ଜେନା, ନାରାୟଣ ପଣ୍ଡା, ଉମା ପ୍ରସାଦ ଆଚାର୍ଯ୍ୟ, ବିଜୟ କୁମାର ବଳିଆର ସିଂ ଅଂଶଗ୍ରହଣ କରି ସୁସ୍ଥ ପରିବେଶ ପାଇଁ ସ୍ଵଚ୍ଛତାର ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ ।

LEAVE A REPLY

Please enter your comment!
Please enter your name here