ପଞ୍ଜୀକୃତ କଳାକାରଙ୍କ ପ୍ରଦର୍ଶିତ କଳାକୁ ପ୍ରଶଂସା କଲେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ

0
145

ଦିଗପହଣ୍ଡି – ଷୋହଳ ଖଣ୍ଡ ଗୋପାଳ ସମାଜ ସଭାଗୃହରେ ଶୁକ୍ରବାର ଠାରୁ ଆରମ୍ଭ ହୋଇଥିବା ଦୁଇଦିନିଆ ବ୍ଳକସ୍ତରୀୟ ଲୋକକଳା ସଂଘ ପ୍ରଶିକ୍ଷଣ ଶିବିର ଶନିବାର ଦିନ ଉଦଯାପିତ ହୋଇଯାଇଛି । ଏହି ଅବସରରେ ଉପସ୍ଥିତ ପଞ୍ଜୀକୃତ କଳାକାରଙ୍କ ଦ୍ୱାରା ମଞ୍ଚରେ ପ୍ରଦର୍ଶିତ କରାଯାଇଥିବା କଳା ପ୍ରତିଭାକୁ ଭୂୟସୀ ପ୍ରଶଂସା କରିଥିଲେ ଅତିଥି ଭାବେ ଯୋଗ ଦେଇଥିବା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ଅଧିକାରୀ ରବି ନାରାୟଣ ବେହେରା । ଖବରନୁଯାୟୀ , ସୂଚନା ଶିକ୍ଷା ଓ ଯୋଗାଯୋଗ ଅଭିଯାନରେ ଲୋକକଳା ସଂଘର କଳାକାର ମାନଙ୍କ ପ୍ରତିଭା ଲୋକଲୋଚନକୁ ଆଣିବା ଏବଂ ଏହାର ପ୍ରଚାର ପ୍ରସାର ପାଇଁ ଆୟୋଜିତ ପ୍ରଶିକ୍ଷଣ ଶିବିରରେ ଅଧିକାରୀ ଶ୍ରୀ ବେହେରା ଉପସ୍ଥିତ ରହି ବ୍ଳକର ୬୦ ଗୋଟି ପଞ୍ଜୀକୃତ କଳାକାର ସଂଘର ପ୍ରଦର୍ଶିତ କଳାକୁ ଉପଭୋଗ କରିଥିଲେ । ଏଥିସହ ଗୋଟିଏ ବ୍ଳକରେ ସର୍ବାଧିକ ୧୫ ପ୍ରକାରର ଲୋକକଳା ସଂଘ ରହିଥିବାରୁ ବେଶ୍ ପ୍ରଶଂସା ମଧ୍ୟ କରିଥିଲେ । ବ୍ଳକ କଳା ସଂସ୍କୃତି ସଂଘ ସଭାପତି ତଥା ଦିଗପହଣ୍ଡି ଗୋଷ୍ଠୀ ଉନ୍ନୟନ ଅଧିକାରୀ ଡ. ଚିତ୍ତରଞ୍ଜନ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଦୁଇଦିନିଆ ଶିବିରର ଶନିବାର ଉଦଯାପନୀ ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ଜିପିଇଓ ଉମେଶ ସେଠୀ , ବ୍ଳକ କଳା ସଂସ୍କୃତି ସଂଘ ଉପସଭାପତି ବିପିନ ବିହାରୀ ଦାସ , ଜିଲ୍ଲା ପରିଷଦ ରାଧାକାନ୍ତ ମହାଙ୍କୁଡ , ବି ଏସ୍ ଏସ୍ ଓ ରଶ୍ମୀ ପ୍ରକାଶିନୀ ଜାନୀ , ପ୍ରହଲ୍ଲାଦ ନାଟକ ଗୁରୁ ଦାସରଥି ରେଡ୍ଡୀ ମଞ୍ଚାସୀନ ରହିଥିଲେ । ରାଜ୍ୟ ସଂସାଧନ ସଭ୍ୟ ଆଲୋକ ବିଷୋୟୀ ମଞ୍ଚ ପରିଚାଳନା କରିଥିଲେ । ଯେହେତୁ କଳାକାର ମାନେ ଆଗାମୀ ଦିନରେ ଗ୍ରାମାଞ୍ଚଳରେ ରାଜ୍ୟ ସରକାରଙ୍କ ଦ୍ଵାରା କାର୍ଯ୍ୟକାରୀ ବିଭିନ୍ନ ଲୋକାଭିମୁଖୀ ଯୋଜନାରେ ସାମିଲ ହୋଇ ନାଟକ ମାଧ୍ୟମରେ ଲୋକଙ୍କୁ ସଚେତନ କରାଇବା ସେମାନଙ୍କ ମୁଖ୍ୟ ଲକ୍ଷ୍ୟ ବୋଲି ସଂଘ ପକ୍ଷରୁ କୁହାଯାଇଥିଲା ।

ରିପୋର୍ଟ:କିରଣ ବେହେରା

LEAVE A REPLY

Please enter your comment!
Please enter your name here