ବୃଦ୍ଧ ଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର

0
236

ଭଞ୍ଜନଗର : ତାରସିଂ ଥାନା ଅଧୀନ ଉଲଦନ ଗ୍ରାମରୁ ଘରୁ ଜଣେ ବୃଦ୍ଧ ଙ୍କ ଝୁଲନ୍ତାମୃତ ଦେହ ଉଦ୍ଧାର କରିଛି ପୋଲିସ। ମୃତକ ହେଲେ ବିଷ୍ଣୁ ପ୍ରସାଦ ପ୍ରଧାନ (୫୪)। ଶୁକ୍ରବାର ବିଳମ୍ବିତ ରାତିରେ ସେ ଆତ୍ମହତ୍ୟା କରିଛନ୍ତି। ପ୍ରକୃତ କାରଣ ଜଣାପଡିନଥିବା ବେଳେ ସେ ମଦ ପିଇ ସବୁବେଳେ ଝଗଡା କରୁଥିବା ରୁ ପାରିବାରିକ ଅଶାନ୍ତି ଆତ୍ମହତ୍ୟା ର କାରଣ ବୋଲି ପୋଲିସ ସନ୍ଦେହ କରୁଛି। ଶନିବାର ସକାଳେ ପୋଲିସ ପହଂଚି ଶବ ଜବତ କରି ୨୦/୨୧ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହ ଭଞ୍ଜନଗର ମେଡ଼ିକାଲ ରେ ଶବ ବ୍ୟବଚ୍ଛେଦ କରାଇ ପରିବାର ବର୍ଗ କୁ ହସ୍ତାନ୍ତର କରିଛି।

ରିପୋର୍ଟ:ନିଲୁ ବିଷୋୟୀ

LEAVE A REPLY

Please enter your comment!
Please enter your name here