ଅଭିରାମ ପରମହଂସ ମିଳନ ମନ୍ଦିରର ୪୯ ତମ ବାର୍ଷିକ ଉତ୍ସବ

0
223

ଗଞ୍ଜାମ:ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଳକ ଅନ୍ତର୍ଗତ ବଡଡୁମ୍ବୁଳା ଗ୍ରାମ ସ୍ଥିତ ଶ୍ରୀ ଅଭିରାମ ପରମହଂସଙ୍କ ମିଳନ ମନ୍ଦିରର ୪୯ ତମ ବାର୍ଷିକ ଉତ୍ସବ ରବିବାର ଉଦଯାପିତ ହୋଇଯାଇଛି । ଗତ ଶୁକ୍ରବାର ଠାରୁ ପ୍ରତିଦିନ ମନ୍ଦିର ପରିସରରେ ଅଷ୍ଟପ୍ରହରୀ , ନାମଯଜ୍ଞ , ହୋମ , ଜ୍ଞାନ ଓ ଅନ୍ନଯଜ୍ଞ ଅନୁଷ୍ଠିତ ହୋଇଥିଲା । ଗଞ୍ଜାମ ଜିଲ୍ଲାର ବିଭିନ୍ନ ଆଶ୍ରମରୁ ବହୁସଂଖ୍ୟକ ସାଧୁସନ୍ଥ ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ବାବାଜୀ ଅର୍ନ୍ତର୍ଯ୍ୟାମୀ ଦାସ , ଉମାକାନ୍ତ ଦାସ , ନରହରି ଦାସ , ବିଜୟାନନ୍ଦ ଦାସ ପ୍ରମୁଖ ଉପସ୍ଥିତ ରହି ଶ୍ରୀ ଅଭିରାମ ପରମହଂସଙ୍କ ଲିଖିତ ପ୍ରବଚନ ମାଧ୍ୟମରେ ପ୍ରାଚୀନ ସନାତନ ଧର୍ମ ଆଧାରରେ ନିଜକୁ ପରିଚାଳିତ କଲେ ଏକ ସୁସ୍ଥ ଓ ବଳିଷ୍ଠ ମାନବ ସମାଜ ଗଠନ ହୋଇ ପାରିବ ବୋଲି ଶ୍ରଦ୍ଧାଳୁ ମାନଙ୍କୁ ବୁଝାଇଥିଲେ । ଏଥିରେ ସ୍ଥାନୀୟ ସରପଞ୍ଚ ଗୀତାଞ୍ଜଳି ଜାନୀ , ପୂର୍ବତନ ସରପଞ୍ଚ ଉପେନ୍ଦ୍ର ପ୍ରଧାନ , ସରପଞ୍ଚ ପ୍ରତିନିଧି ଶେଷକାନ୍ତ ଜାନୀ , ଲକ୍ଷ୍ମୀକାନ୍ତ ପଟ୍ଟନାୟକ , ଦେବୀପ୍ରସାଦ ମହାପାତ୍ର , ପଞ୍ଚାନନ ବାଡତ୍ୟା , ଶିବାନନ୍ଦ ଜେନା , ସନ୍ତୋଷ ପ୍ରଧାନ , ଉଦୟ ନାଥ ମହାପାତ୍ର , ସନ୍ତୋଷ ଜେନା , ଦେବରାଜ ସାହୁ , ଅର୍ନ୍ତର୍ଯ୍ୟାମୀ ବେଜ , ନିରଞ୍ଜନ ରଣା , ରାଜୁ ସେଠୀ , ମାମି ଜେନା, ବିଷ୍ଣୁ ସାହୁ, ନାର୍ଶୁ ସେଠୀ , ଯଜ୍ଞ ଜେନା , ଅନିତା ପଟ୍ଟନାୟକଙ୍କ ସମେତ ଅନେକ ଭକ୍ତ ଏହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ମେଘଝୋଳି ଆଶ୍ରମ , ବଡ଼ଡୁମୁଳା ଭାଗବତ ଆଶ୍ରମ , ଝରିପଦର ଅବଧୂତ ଆଶ୍ରମ , ଶିବାନନ୍ଦ ଆଶ୍ରମ ,ନରସିଂହପୁର ଅଭିରାମ ଆଶ୍ରମ , ଦକ୍ଷିଣପୁର ଗ୍ରାମର ଭକ୍ତମାନଙ୍କ ସମେତ ଆଖପାଖ ଅଞ୍ଚଳର ବିଭିନ୍ନ ସଙ୍କୀର୍ତ୍ତନ ମଣ୍ଡଳୀ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ।

ରିପୋର୍ଟ:କିରଣ ବେହେରା

LEAVE A REPLY

Please enter your comment!
Please enter your name here