ପିପୁଲସ କଲେଜରେ ଜାତୀୟ ସେବା ଯୋଜନା ଦିବସ ପାଳନ

0
201

ବୁଗୁଡା: ବୁଗୁଡା ପିପୁଲସ କଲେଜର ଜାତୀୟ ସେବା ଯୋଜନା (ଏନଏସଏସ) ୟୁନିଟ-୧ ପକ୍ଷରୁ ସେପ୍ଟେମ୍ବର ୨୪ ତାରିଖ ଦିନ ଏନଏସଏସ ଦିବସ ପାଳନ ହୋଇଯାଇଛି। ଭାରତ ସରକାରଙ୍କ ଯୁବ ଓ କ୍ରୀଡା ବିଭାଗ ଦ୍ଵାରା ମହାବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଗୋଷ୍ଠୀ ସେବା ମନୋବୃତ୍ତି ସୃଷ୍ଟି କରିବା ପାଇଁ ୧୯୬୯ ମସିହା ସେପ୍ଟେମ୍ବର ୨୪ ତାରିଖ ଦିନ ଠାରୁ ଜାତୀୟ ସେବା ଦିବସ ପାଳନ ହୋଇଆସୁଅଛି। ବୁଗୁଡା ପିପୁଲସ କଲେଜର ଏନଏସଏସ ୟୁନିଟ-୧ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମକୁ କଲେଜ ପ୍ରିନ୍ସପାଲ ହରିକୃଷ୍ଣ ନାୟକ ଉଦଘାଟନ କରିବା ସହ ଅଧ୍ୟକ୍ଷତା କରିଥିଲେ। ଅତିଥି ଭାବେ ” ମୋ କଲେଜ ଅଭିଯାନ” ର ସଂଯୋଜକ ଅଧ୍ୟାପକ ସୁଶାନ୍ତ କୁମାର ସାହୁ ଯୋଗଦେଇ ଥିଲେ। ଏନଏସଏସ ୟୁନିଟ-୧ ପ୍ରୋଗ୍ରାମ ଅଫିସର ଅଧ୍ୟାପକ ରବୀନ୍ଦ୍ର ନାଥ ପୋଲାଇଙ୍କ ତତ୍ତ୍ୱାବଧାନରେ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା। ନୂତନ ଛାତ୍ରଛାତ୍ରୀ ସ୍ବେଚ୍ଛାସେବୀ ବୃନ୍ଦଙ୍କୁ ତାଲିମ ପ୍ରଦାନ ସହ ସମସ୍ତ ସ୍ବେଚ୍ଛାସେବୀଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ବିଚାରକ ଭାବେ ଅଧ୍ୟାପିକା ସଂଧ୍ୟାରାଣୀ ସାହୁ ଓ ସଶ୍ମିତା ସାମନ୍ତରାୟ ଯୋଗଦେବା ସହ ପରିଚାଳବାରେ ସହଯୋଗ କରିଥିଲେ। କୃତିତ୍ବ ହାସଲ କରିଥିବା ସ୍ବେଚ୍ଛାସେବୀଙ୍କୁ ପୁରସ୍କୃତ କରାଯାଇଥିଲା।

ରିପୋର୍ଟ:ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here