ପଥର ବୋଝେଇ ଟ୍ରାକ୍ଟର ଜବତ, ୧୦,୪୨୦/- ଜରିମାନା ଆଦାୟ

0
256

ବୁଗୁଡା: ମଇ ୨୨ ତାରିଖ ଦିନ ଏକ ଟ୍ରାକ୍ଟରରେ ପଥର ବୋଝେଇ ହୋଇ ଚୋରା ଚାଲାଣ ହେଉଥିବା ବେଳେ ବୁଗୁଡା ୧୬ ମଇଲ ନିକଟରେ ବୁଗୁଡା ତହସିଲଦାର ସଂଗ୍ରାମ କେଶରୀ ଜେନା ପଥର ବୋଝେଇ ଟ୍ରାକ୍ଟରକୁ ଜବତ କରିଥିଲେ। ଟ୍ରାକ୍ଟର ମାଲିକ ୧୦ ହଜାର ୪୨୦ ଟଙ୍କା ଜରିମାନା ଦାଖଲ କରିବା ପରେ ଟ୍ରାକ୍ଟର ଫେରସ୍ତ ପାଇଥିଲେ। ଲକ୍ ଡାଉନର ସୁଯୋଗ ନେଇ କେତେକ ବ୍ୟକ୍ତି ଲଘୁ ଖଣିଜ ସମ୍ପଦ ପଥର ଚୋରା ଚାଲାଣ କରୁଥିବା ଖବର ପାଇବା ପରେ ତହସିଲଦାର ଶ୍ରୀ ଜେନା ବିଭିନ୍ନ ପଥର ଖଣି ଅଞ୍ଚଳ ପ୍ରତି ନଜର ରଖିଥିବା ଜଣା ପଡ଼ିଛି।

ରିପୋର୍ଟ :ଅନିଲ କୁମାର ମହାରଣା

LEAVE A REPLY

Please enter your comment!
Please enter your name here