ସ୍କାଉଟ୍ ଓ ଗାଇଡ ମାନଙ୍କର ଏକ ତାଲିମ୍ ଶିବିର ଆୟୋଜନ

0
1322

ବେଗୁନିଆପଡ଼ା: ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ଏମ୍ ନୂଆ ପଲ୍ଲୀ ସ୍ଥିତ ରତ୍ନ ଉଚ୍ଚ ବିଦ୍ୟାଳୟରେ ସ୍କାଉଟ୍ ଓ ଗାଇଡ ମାନଙ୍କର ଏକ ତାଲିମ୍ ଶିବିର ଆୟୋଜନ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଖଲ୍ଲିକୋଟ ବ୍ଲକ୍ ଅନ୍ତର୍ଗତ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ କଞ୍ଚଣାର ସ୍କାଉଟ୍ ମାଷ୍ଟର ଶ୍ରୀଯୁକ୍ତ ନିରଞ୍ଜନ ବିଶ୍ୱାଳ ସମସ୍ତ ସ୍କାଉଟ୍ ଓ ଗାଇଡ ମାନଙ୍କୁ ବିଭିନ୍ନ ପ୍ରକାରର ବ୍ୟାଣ୍ଡଜେ, ନଟିଂ, ଫାଷ୍ଟ୍ ଏଡ୍, ଷ୍ଟ୍ରେଚରର ପ୍ରସ୍ତୁତି ଓ ବ୍ୟବହାର, ବିପର୍ଯ୍ୟୟ ପରିଚାଳନାର କୌଶଳ ପ୍ରଶିକ୍ଷଣ ଦେଇଥିଲେ। ପ୍ରଧାନ ଶିକ୍ଷକ ପୂର୍ଣ୍ଣଚନ୍ଦ୍ର ଜେନାଙ୍କ ପ୍ରତ୍ୟକ୍ଷ ତତତ୍ଵାବଧାନରେ ଆୟୋଜିତ ତାଲିମ୍ ଶିବିରକୁ ବିଦ୍ୟାଳୟର ଶିକ୍ଷକ ଉମାପ୍ରସାଦ ଆଚାର୍ଯ୍ୟ, ବିଜୟ କୁମାର ବଳିଆର ସିଂହ ସହଯୋଗ କରିଥିଲେ । ଏଥି ସହିତ ଏହି ବିଦ୍ୟାଳୟର ସ୍କାଉଟ୍ ମାଷ୍ଟର ସୁରେନ୍ଦ୍ରନାଥ ପ୍ରଧାନ ସମ୍ପୂର୍ଣ୍ଣ ପରିଚାଳନା କରିଥିବା ବେଳେ ଅନ୍ୟ ଶିକ୍ଷକମାନେ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here