ସରପଞ୍ଚ ସଂଘର ରାଜ୍ୟ ଉପସଭାପତିଙ୍କୁ କଇଠଖଣ୍ଡି ପଞ୍ଚାୟତ ତରଫରୁ ଭବ୍ଯ ସମ୍ବର୍ଦ୍ଧନା

0
496

ଦିଗପହଣ୍ଡି – ଦିଗପହଣ୍ଡି କଇଠଖଣ୍ଡି ପଞ୍ଚାୟତ ସରପଞ୍ଚ ମନୋରଞ୍ଜନ ଗୈାଡଙ୍କୁ ସରପଞ୍ଚ ସଂଘର ରାଜ୍ୟ ଉପସଭାପତି ଏବଂ ଜିଲ୍ଲା ସଭାପତି ଭାବେ ମନୋନୀତ ହୋଇଥିବା ପରିପ୍ରେକ୍ଷୀରେ ବୁଧବାର ଦିନ ସ୍ଥାନୀୟ ପଞ୍ଚାୟତ ବାସୀଙ୍କ ତରଫରୁ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ସ୍ବର୍ଗତ ପିତା ହନୁ ଗୈାଡଙ୍କ ଅନୁପ୍ରାଣିତରେ ସଦାସର୍ବଦା ପଞ୍ଚାୟତର ବିକାଶ ହେଉ କିମ୍ବା ଶିକ୍ଷା , ସ୍ବାସ୍ଥ୍ୟ ଓ ସବୁଜ ମଧ୍ୟ ପରିବେଶ ଉପରେ ଗୁରୁତ୍ବ ଦେବାପାଇଁ ଅହରହ ଚେଷ୍ଟା ଚଳାଇ ଆସୁଥିବା ଜଣେ ଦାୟିତ୍ଵବାନ , କର୍ମମୟ ଏବଂ ନିଷ୍ଠାପର ପାଇଁ ଶ୍ରୀ ଗୈାଡଙ୍କୁ ପ୍ରଥମେ ଦିଗପହଣ୍ଡି ବ୍ଳକ ସରପଞ୍ଚ ସଂଘ ସଭାପତି ପରେ ଗଞ୍ଜାମ ଜିଲ୍ଲା ସଭାପତି ଭାବେ ମନୋନୀତ କରାଯାଇଥିଲା । ପରିଶେଷରେ ରାଜ୍ୟର ଉପସଭାପତି ଭାବେ ମଧ୍ୟ ଚୟନ କରାଯାଇଥିଲା । ଯାହାଫଳରେ ଆଜି ରାମହରି ଗୈାଡଙ୍କ ନେତୃତ୍ୱରେ ପଞ୍ଚାୟତ ବାସୀ ଏକତ୍ରିତ ହୋଇ ଶ୍ରୀ ଗୈାଡଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଜଣାଇବା ସହ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରାଇଥିଲେ । ଏହାପରେ ସ୍ଥାନୀୟ ପଞ୍ଚାୟତ କାର୍ଯ୍ୟାଳୟରେ ସମାଜସେବୀ ଉମାକାନ୍ତ ସାହୁଙ୍କ ସଭାପତିତ୍ବରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ସିଦ୍ଧେଶ୍ଵର ସରପଞ୍ଚ ବିଜୟ କୁମାର ପ୍ରଧାନ , ଗୈାଡ ଗାଁ ସରପଞ୍ଚ ପ୍ରତିନିଧି ଆଦିତ୍ୟ ସାହୁ ସମେତ ବିଶ୍ବନାଥ ଗୈାଡ , ଜଟଧର ସାହୁ , ବିଭୂତି ଭୂଷଣ ଗୈାଡ , ରାଧାକୃଷ୍ଣ ଗୈାଡ , ପିଣ୍ଟୁ ପଣ୍ଡା , ବିଦ୍ୟାଧର ଗୈାଡ , ସୁମିତ ବେହେରା , ସିମାଞ୍ଚଳ ଗୈାଡ , ନିରଞ୍ଜନ ପାଣିଗ୍ରାହୀ ପ୍ରମୁଖ ସହ ବହୁ ମହିଳା ପୁରୁଷ , ଯୁବଗୋଷ୍ଠୀ , ମିଶନ ଶକ୍ତି ମହିଳା କର୍ମୀମାନେ ଉପସ୍ଥିତ ରହି ବନ୍ଦାପନା କରି ସମ୍ମାନିତ କରିଥିଲେ । ଶେଷରେ ଶ୍ରୀ ଗୈାଡ ପଞ୍ଚାୟତ ବାସୀଙ୍କ ସହଯୋଗ ଯୋଗୁଁ ମୁଁ ଏହି ସ୍ତରରେ ପହଞ୍ଚି ପାରିଥିବା ବେଳେ ଜିଲ୍ଲା ଏବଂ ରାଜ୍ୟର ସଂଘର ସମସ୍ତ ସରପଞ୍ଚ ଏବଂ ପଞ୍ଚାୟତବାସୀଙ୍କୁ କୃତଜ୍ଞତା ଜ୍ଞାପନ ଜଣାଇଥିଲେ ।

ରିପୋର୍ଟ:କିରଣ ବେହେରା

LEAVE A REPLY

Please enter your comment!
Please enter your name here