ଦିଗପହଣ୍ଡି ସହରରେ ଗଣେଶ ପୂଜା ପାଳିତ

0
147

ଦିଗପହଣ୍ଡି – ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଭାଦ୍ରବ ଶୁକ୍ଳ ଚତୁର୍ଥୀ ତିଥି ଅବସରରେ ଦିଗପହଣ୍ଡି ସହର ସମେତ ଆଖପାଖ ଗ୍ରାମାଞ୍ଚଳ ମାନଙ୍କରେ ଧୁମଧାମରେ ଗଣେଶ ପୂଜା ପାଳିତ ହୋଇଯାଇଛି । ଯାହାକୁ ନେଇ ସମଗ୍ର ଦିଗପହଣ୍ଡି ଅଞ୍ଚଳ ଉତ୍ସବ ମୁଖର ହୋଇପଡିଛି । ଏହି ପରିପ୍ରେକ୍ଷୀରେ ବଜାର ସାହି ଗାନ୍ଧୀ ଛକଠାରେ ଗଣେଶ ପୂଜା କମିଟି ପକ୍ଷରୁ ଚଳିତ ବର୍ଷ ୪୪ ତମ ଗଣେଶ ପୂଜା ପାଳନ କରାଯାଇଥିବା ଜଣାପଡ଼ିଛି । ପୂଜା କମିଟି ସଭାପତି ବିଚିତ୍ରାନନ୍ଦ ପଟ୍ଟନାୟକଙ୍କ ପୌରହିତ୍ୟରେ ପଣ୍ଡିତ ରଞ୍ଜନ କୁମାର ମିଶ୍ର ଓ ପ୍ରବୀଣ ପାଢୀଙ୍କ ପୂଜାର୍ଚ୍ଚନାରେ ବିଘ୍ନରାଜଙ୍କ ପୂଜା ମଣ୍ଡପରେ ଯଜ୍ଞ କାର୍ଯ୍ୟକ୍ରମ ପରିଚାଳନା ହୋଇଥିଲା । ରକି ପଶୁପାଳକ ଏବଂ ପ୍ରଦୀପ ପଣ୍ଡା କର୍ତ୍ତା ରୂପେ ଯଜ୍ଞ କାର୍ଯ୍ଯରେ ଅଂଶ ଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମ ଦୀର୍ଘ ୫ ରୁ ୬ ଦିନ ଧରି ଚାଲୁ ରହିବା ସହ ପ୍ରତ୍ୟେକ ଦିନ ସାଂସ୍କୃତିକ କାର୍ଯ୍ୟକ୍ରମ ଦର୍ଶକଙ୍କୁ ଖୁବ୍ ଆକର୍ଷିତ କରିବ ବୋଲି ପୂଜା କମିଟି ପକ୍ଷରୁ ସୂଚନା ଦିଆଯାଇଛି । ପୂଜା କମିଟି ସଦସ୍ୟ ଶିବ ମହାଙ୍କୁଡ , ନରେନ୍ଦ୍ର ସାହୁ , ଲଲାଟେନ୍ଦୁ ପଧାନ , ଆଶିଷ ପଟ୍ଟନାୟକ , ରବିନ୍ଦ୍ର ମାର୍ଥା , ବାବୁ ଦାସ , କୁନା ପାତ୍ର , ଅଶୋକ ନନ୍ଦ , ବାବୁ ପାଣିଗ୍ରାହୀ , ବାରିକ ବେହେରା , ମିଟୁ ରାଓ , ଦେବ ଗୈାଡ , ରଞ୍ଜିତ ବେହେରା , ଓଡି . ଅରବିନ୍ଦ , କିରଣ ପାଢ଼ୀ ସମେତ ବହୁ ସଦସ୍ୟ ଉପସ୍ଥିତ ରହି ସହଯୋଗ କରିଥିଲେ । ସେହିପରି ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳର ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ , ଶିକ୍ଷାନୁଷ୍ଠାନ ଏବଂ ବାସଗୃହ ମାନଙ୍କରେ ଏହି ପୂଜାକୁ ଅତି ଆଡ଼ମ୍ବର ସହକାରେ ପାଳନ କରାଯାଇଥିବା ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here