ପବିତ୍ର ରାମନବମୀ ଅବସରରେ ବାଇକ ଶୋଭାଯାତ୍ରା : ଜୟ ଶ୍ରୀ ରାମ ରେ ପ୍ରକମ୍ପିତ ହେଲା ସାରା ସହର

0
176

ଛତ୍ରପୁର ; ଆଜି ପବିତ୍ର ଶ୍ରୀ ରାମ ନବମୀ ଅବସରରେ ପୁର ଠାରୁ ପଲ୍ଲୀ ପର୍ଯ୍ୟନ୍ତ ସବୁଠି ଉତ୍ସବ ମୁଖର ହୋଇଛି । ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ଜନ୍ମ ଦିବସ ରେ ଭକ୍ତ ଏବଂ ଭଗବାନ ଏକତ୍ରିତ ହୋଇଛନ୍ତି । ଭକ୍ତ ମାନେ ଏହି ଅବସରରେ ସ୍ଥାନୀୟ ବଡଷ୍ଟେସନ ସ୍ଥିତ ଶ୍ରୀରାମ ମନ୍ଦିର ପ୍ରାଙ୍ଗଣରୁ ଏକ ବିରାଟ ବାଇକ ଶୋଭାଯାତ୍ରାରେ ରାମଙ୍କ ଫୋଟ ଚିତ୍ରକୁ ଧରି ସହର ପରିକ୍ରମା କରିଥିଲେ । ଏହି ବାଇକ ଶୋଭାଯାତ୍ରାରେ ସହରର ସମସ୍ତ ବର୍ଗର ଲୋକ ମାନେ ସାମିଲ ହୋଇ ଜୟ ଶ୍ରୀ ରାମ କହି ରାମଙ୍କ ଗୁଣଗାନ କରିଥିଲେ । ଏଥିରେ କ୍ୟାଡର ଏପିପି ରାଜେଶ କୁମାର ମିଶ୍ର , ରଘୁନାଥ ବେହେରା, ସି. ଏଚ୍‌. ଦୟାନନ୍ଦ ରେଡ୍ଡୀ, ଏସ୍‌. ରାମକ୍ରିଷ୍ଣା ରେଡ୍ଡୀ, ତୁଷାର ଶତପଥି, ଅର୍ଜୁନ ବେହେରା, କୃଷ୍ଣ ଚନ୍ଦ୍ର ନାୟକ ଓ ପ୍ରଶାନ୍ତ କୁମାର କରଙ୍କ ସମେତ ଶତାଧୀକ ରାମ ଭକ୍ତ ମାନେ ସାମିଲ ଥିଲେ ।

LEAVE A REPLY

Please enter your comment!
Please enter your name here