ସ୍କୁଲ ଭ୍ୟାନ ଓ କାର ମୁହାଁ ମୁହିଁ ଧକ୍କା ; ୩ ଆହତ

0
341

ଲଦିଗପହଣ୍ଡି – ଦିଗପହଣ୍ଡି ଥାନା ଗୋକର୍ଣ୍ଣପୁର – ବାଙ୍କେଶ୍ୱରୀ ରାସ୍ତାରେ ବୁଧବାର ମଧ୍ୟାହ୍ନ ସମୟରେ ଛାତ୍ରଛାତ୍ରୀଙ୍କୁ ନେଇ ଯାଉଥିବା ଟାଟା ମ୍ୟାଜିକ ଭ୍ୟାନ ସହ ଏକ କାର୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିବା ଜଣାପଡିଛି । ଏହି ଦୁର୍ଘଟଣାରେ ଛାତ୍ରଛାତ୍ରୀ ମାନେ ସୁରକ୍ଷିତ ରହିଥିବା ବେଳେ କାରରେ ଯାତ୍ରା କରୁଥିବା ଡ୍ରାଇଭର ଜିତୁ ସେଠୀ ସମେତ ୩ ଜଣ ଆହତ ହୋଇଥିଲେ । ଖବରନୁଯାୟୀ , ଦିଗପହଣ୍ଡି ବ୍ଳକ ବି . ତୁରୁବୁଡି ପଞ୍ଚାୟତର ନରେନ୍ଦ୍ରପୁର ଗ୍ରାମରୁ ଜିତୁ କାର ( ଓଡି୧୫ କ୍ଯୁ ୭୭୭୪ ) ଯୋଗେ ତୁରୁବୁଡି ଗ୍ରାମକୁ ଯାଉଥିବା ବେଳେ ସେଣ୍ଟ ଜୋସେଫ ବିଦ୍ଯାଳୟ ଛାତ୍ରଛାତ୍ରୀଙ୍କୁ ନେଇ ନରସିଂହପୁର ଗ୍ରାମକୁ ଯାଉଥିବା ସ୍କୁଲ ଭ୍ୟାନ ( ଓଡି ୦୭ ଏଇ ୨୯୦୨ ) ମଧ୍ୟରେ ଗାଇ ଗୁହାଳ ଛକ ନିକଟରେ ଦୁର୍ଘଟଣା ହୋଇଥିଲା । ତେବେ ଭାଗ୍ୟ ବଶତଃ ଭ୍ୟାନ ଚାଳକ ବହୁ ଛାତ୍ରଛାତ୍ରୀଙ୍କୁ ଘରେ ଛାଡ଼ି ଦେଇଥିବା ବେଳେ ଅଳ୍ପ ଛାତ୍ରଛାତ୍ରୀ ରହିଥିବା ଯୋଗୁଁ ସେପରି ବଡ଼ ଧରଣର ଅଘଟଣ ହୋଇନଥିବା ବେଳେ କାରରେ ବସିଥିବା ୩ ଜଣ ଆହତ ପରେ ସେମାନଙ୍କୁ ଦିଗପହଣ୍ଡି ମେଡିକାଲ ନିଆଯାଇଥିଲା । ଘଟଣାପରେ କିଛି ସମୟ ଧରି ରାସ୍ତାର ଉଭୟ ପାର୍ଶ୍ବରେ ଯାତାୟାତ ବାଧାପ୍ରାପ୍ତ ହୋଇଥିବା ବେଳେ ସ୍ଥାନୀୟ ଲୋକମାନଙ୍କ ସହାୟତାରେ ରାସ୍ତାରୁ ଉଭୟ ଗାଡ଼ି ହଟାଇବା ପରେ ଗାଡ଼ି ଚଳାଚଳ ସ୍ବାଭାବିକ ରହିଥିଲା ।

LEAVE A REPLY

Please enter your comment!
Please enter your name here