୭ ଦଫା ଦାବି ନେଇ ଉପଭୋକ୍ତା ସଂଘର ଟାଟା ପାୱାର ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ

0
260

ବ୍ରହ୍ମପୁର : 200ୟୁନିଟ ପର୍ଯ୍ୟନ୍ତ ମାଗଣା ବିଦ୍ୟୁତ ଯୋଗାଇ ଦିଅ,ଘନ ଘନ ବିଦ୍ୟୁତ କାଟ, ଲୋ ଭୋଲ୍ଟେଜେ ବନ୍ଦ କର, ମନଇଛା ଫାଇନ ଆଦାୟ ବନ୍ଦ କର,ପ୍ରତି ମାସରେ ବିଦ୍ୟୁତ ବିଲ ଦିଅ, ଗ୍ରାହକଙ୍କ ଆପତ୍ତି ଅଭିଯୋଗ ଶୁଣିବା ପାଇଁ ସ୍ୱତନ୍ତ୍ର ସେଲ ପ୍ରତିଷ୍ଠା କର, ବିପିଏଲ ଓ ଗରୀବ ଲୋକଙ୍କୁ ଦିଆଯାଉଥିବା ସେବାକୁ ଚାଲୁରଖ ଓ ଆଉଟ ସୋର୍ସ କର୍ମଚାରୀଙ୍କୁ ସ୍ଥାୟୀ କର ଦାବୀରେ ଆଜି ଟାଟା ପାୱାର ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା।
ଟାଟା କମ୍ପାନୀର HR ଦୈତାରି ସ୍ୱାଇଁ ଏକ ସପ୍ତାହ ମଧ୍ୟରେ ଟାଟା ପାୱାରର ମୁଖ୍ୟ ପ୍ରଶାସକ ଉପସ୍ଥିତରେ ଉପଭୋକ୍ତା ସଙ୍ଘ ସହିତ ଆଲୋଚନା କରି ସମସ୍ୟା ସମାଧାନ କରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି।ଆଜିର ଏହି କାର୍ଯ୍ୟକ୍ରମରେ ଉପଭୋକ୍ତା ସଂଘର ସଭାପତି ଅଳି କିଶୋର ପଟ୍ଟନାୟକ, ବରିଷ୍ଠ ଆଇନଜୀବୀ ବସନ୍ତ ପଣ୍ଡା, ପୀତବାସ ପଣ୍ଡା, ଯୁଧିଷ୍ଠିର ବେହେରା, ବସନ୍ତ ନନ୍ଦ, ଗୋପାଳ ପାଣିଗ୍ରାହୀ, ପ୍ରତାପ ଚୌଧୁରୀ, ଶିବ ପ୍ରସାଦ ମହାପାତ୍ର, ବାବୁଲା ନାୟକ, ଚିଟି ବାବୁ, ଅଶୋକ ଦାସ, ଲୋକନାଥ ଖୁଣ୍ଟିଆ, ପୁରସ୍ତମ ସାହୁ, ମଧୁ ବେହେରା, କିଶୋର ମିଶ୍ର, ନାଂଦେଷୁ ସେନାପତି, ହରି ନାହାକ,କେଶବ ଗୌଡ଼ ପ୍ରମୁଖ ନେତୃତ୍ୱ ନେଇଥିଲେ।

LEAVE A REPLY

Please enter your comment!
Please enter your name here