ପୂର୍ବତନ ବାଚସ୍ପତିଙ୍କ ସ୍ମୃତି ଚାରଣ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳୀ ସଭା

0
251

ଦିଗପହଣ୍ଡି – ଓଡ଼ିଶା ବିଧାନସଭା ପୂର୍ବତନ ବାଚସ୍ପତି ତଥା ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀ ବିଧାୟକ ସ୍ୱର୍ଗୀୟ ଡଃ. ସୂର୍ଯ୍ୟନାରାୟଣ ପାତ୍ରଙ୍କ ଦେହାନ୍ତର ବୁଧବାର ଦିନ ଦ୍ବାଦଶାହ କାର୍ଯ୍ୟ ରହିଥିଲା । ଏହି ଅବସରରେ ବିଜୁ ଜନତା ଦଳ ପକ୍ଷରୁ ଦିଗପହଣ୍ଡି ଏନ୍ ଏସି ଓ ବ୍ଳକ ଅଧିନସ୍ଥ ସମସ୍ତ ପଞ୍ଚାୟତ ମାନଙ୍କରେ ଦଳୀୟ କର୍ମୀମାନେ ତାଙ୍କ ସ୍ମୃତିଚାରଣ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳୀ ସଭା ପାଳନ କରିଥିବା ଜଣାପଡିଛି । ଏଥିସହ ଦୀର୍ଘ ବର୍ଷ ଧରି ଦିଗପହଣ୍ଡି ଗଡକୁ ସମ୍ଭାଳି ଆସୁଥିବା ସୂର୍ଯ୍ୟଙ୍କ ବିୟୋଗ ପରେ ଦିଗପହଣ୍ଡି ରାଜନୀତିରେ ଏକ ପ୍ରକାର ଶୂନ୍ୟ ସ୍ଥାନ ସୃଷ୍ଟି ହୋଇଥିବା ନେଇ ଅନୁଷ୍ଠିତ ଶୋକସଭାରେ ଦଳୀୟ ନେତା ମାନେ ମତପ୍ରକାଶ କରିଥିଲେ । ଏପରିକି ସୂର୍ଯ୍ୟ ବାବୁ ଅମର ରହେ ଧ୍ବନିରେ ପ୍ରକମ୍ପିତ ହୋଇ ଉଠୁଥିଲା ଶୋକସଭା ମଞ୍ଚ । ପ୍ରଥମେ ବ୍ଳକ ଅଧିନସ୍ଥ ଆଙ୍କୋରଡା ପଞ୍ଚାୟତର ସ୍ବପ୍ନେଶ୍ବର ମନ୍ଦିର ପ୍ରାଙ୍ଗଣରେ ସ୍ଥାନୀୟ ସରପଞ୍ଚ ରୀନା ପ୍ରଧାନ , ସରପଞ୍ଚ ପ୍ରତିନିଧି ଶିଶିର ପ୍ରଧାନ , ପଞ୍ଚାୟତ ସଭାପତି ରାମନାଥ ବିଷୋୟୀ , ଜିଲ୍ଲା ସାଧାରଣ ସମ୍ପାଦକ ତାରା କିଶୋର ଦୋରା ପ୍ରମୁଖ ଉପସ୍ଥିତ ଥିଲେ । ସେହିପରି ଗୋକର୍ଣ୍ଣପୁର ପଞ୍ଚାୟତ ପକ୍ଷରୁ ତାରାତାରିଣୀ ମନ୍ଦିରରେ ସରପଞ୍ଚ ପ୍ରତିନିଧି ସନ୍ତୋଷ ଦୋରା , ପଞ୍ଚାୟତ ସଭାପତି ଏଲ୍ . ଭାସ୍କର ରେଡ୍ଡୀ , ଶିବ ନାରାୟଣ ପାତ୍ର , ପ୍ରତାପ ସାହୁ , ସଦାନନ୍ଦ ଦୋରା , ବାବାଜୀ ରେଡ୍ଡୀ , ବାସୁଦେବପୁର ପଞ୍ଚାୟତ କାର୍ଯ୍ୟାଳୟରେ ସରପଞ୍ଚ ଏମ୍ . ଶ୍ଯାମଘନ , ଏମ୍. ସନ୍ତୋଷ , ଏମ୍ . ନରସିଂହ , କେ . ସାହେବ , ବଡଡୁମ୍ବୁଳା ପଞ୍ଚାୟତ ବାଙ୍କେଶ୍ୱରୀ ପୀଠରେ ସରପଞ୍ଚ ଗୀତାଞ୍ଜଳି ଜାନୀ , ସରପଞ୍ଚ ପ୍ରତିନିଧି ଶେଷକାନ୍ତ ଜାନୀ , ରମେଶ ପାତ୍ର , ଯୋଗେନ୍ଦ୍ର ପାତ୍ର , ଲିଙ୍ଗରାଜ ଦାସ , ଲକ୍ଷ୍ମୀ ସେଠୀ , ପ୍ରମୋଦ ନାୟକ ସମେତ ସମସ୍ତ ୨୫ ଗୋଟି ପଞ୍ଚାୟତରେ ଦଳୀୟ କର୍ମୀମାନଙ୍କ ଉପସ୍ଥିତିରେ ଦ୍ବାଦଶାହ କାର୍ଯ୍ୟ ପାଳନ କରାଯାଇଥିଲା । ସେହିପରି ବମକୋଇ ପଞ୍ଚାୟତ କଲ୍ୟାଣ ମଣ୍ଡପ ପରିସରରେ ପୂର୍ବତନ ବ୍ଳକ ଅଧ୍ୟକ୍ଷ ବିପିନ ଚନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ହରିବନ୍ଧୁ ରେଡ୍ଡୀ , ଉଦୟନାଥ ସ୍ବାଇଁ , ଅସିତ ସାହୁ , ତପନ ପ୍ରଧାନ , ଭଗବାନ ବାଡତ୍ୟା , ଦେବହରି ଗୌଡ଼ ସମେତ ଅନ୍ୟ ସମର୍ଥିତ ପ୍ରାର୍ଥୀମାନେ ଉପସ୍ଥିତ ରହିଥିଲେ ।

ରିପୋର୍ଟ:କିରଣ ବେହେରା

LEAVE A REPLY

Please enter your comment!
Please enter your name here