ଅତିରିକ୍ତ ଶ୍ରେଣୀଗୃହ ଉଦଘାଟନ

0
631

ରାଇକିଆ(ନ୍ୟୁଜଏକ୍ସଟ୍ରା ବ୍ୟୁରୋ): କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ସେଣ୍ଟ କାଥରିନ ବାଳିକା ଉଚ୍ଚ ବିଦ୍ୟାଳୟ ପରିସର ମଧ୍ୟରେ ଏକ ଅତିରିକ୍ତ ଶ୍ରେଣୀଗୃହକୁ ଜି.ଉଦୟଗିରୀ ବିଧାୟକ ସାଲୁଗା ପ୍ରଧାନ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଉଦଘାଟନ କରିଛନ୍ତି । ଉକ୍ତ କାର୍ଯ୍ୟାକ୍ରମରେ ସଂମ୍ମାନିତ ଅତିଥି ରୂପେ ରାଇକିଆ ବ୍ଲକ ଅଧ୍ୟକ୍ଷା ମାନିନୀ ପ୍ରଧାନ , ରାଇକିଆ ସରପଞ୍ଚ ପଞ୍ଚୁ ପ୍ରଧାନ, ମାଣିକେଶ୍ଵର ସରପଞ୍ଚ ଭୂଷଣ ପ୍ରଧାନ, ରାଇକିଆ ବିଜୁ ଜନତା ଦଳ ସଭାପତି ରାଜ ମୋହନ ଦିଗାଳ , ଜିଲ୍ଲା ପରିଷଦ ସଭ୍ୟ ମୁର୍ତ୍ୟୁଞ୍ଜୟ ପାତ୍ର , ମିଥୁନ ଦିଗାଳ, ଜୟାନନ୍ଦ ନାୟକ, ବିଦ୍ୟାରତ୍ନମଣି ଦିଗାଳ , ଉତ୍ତମ ଦିଗାଳ ଯୋଗ ଦେଇଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସିମାଞ୍ଚଳ ଦିଗାଳ ଏବଂ ଅନ୍ୟ ଶିକ୍ଷକ ଶିକ୍ଷୟତ୍ରି ଯୋଗଦେଇ କାର୍ଯ୍ୟାକ୍ରମ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here