ବିଦ୍ୟାଳୟ ପରିସରରୁ ଉଦ୍ଧାର ହେଲା ୩ ଫୁଟର ନାଗ ସାପ

0
295

ଦିଗପହଣ୍ଡି – ଦିଗପହଣ୍ଡି ବ୍ଳକ ଗୋକର୍ଣ୍ଣପୁର ପଞ୍ଚାୟତ ଅନ୍ତର୍ଗତ ଅନଙ୍ଗପୁର ସରକାରୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରୁ ଶନିବାର ପୂର୍ବାହ୍ନରେ ୩ ଫୁଟ ଲମ୍ବର ଏକ ନାଗସାପ ଉଦ୍ଧାର ହୋଇଥିବା ଜଣାପଡିଛି । ଖବରପ୍ରକାରେ , ବିଦ୍ଯାଳୟ ପ୍ରଧାନ ଶିକ୍ଷୟିତ୍ରୀ ମମିତା କୁମାରୀ ଦେବୀ ଶନିବାର ସାଢେ ୧୨ ଘଣ୍ଟା ସମୟରେ ସ୍କୁଲ ବନ୍ଦ କରୁଥିବା ସମୟରେ ଷ୍ଟୋର ରୁମ୍ ପରିସରକୁ ଏକ ସାପ ଯାଉଥିବା ଦେଖିଥିଲେ । ଏହାପରେ ବିଦ୍ଯାଳୟ ପରିଚାଳନା କମିଟି ସଭାପତି କେ . ଶାକିଲି ରେଡ୍ଡୀଙ୍କ ଜରିଆରେ ସମାଜସେବୀ ଏ . ଶିବ ନାରାୟଣ ପାତ୍ର ସ୍ନେକ୍ ହେଲ୍ପଲାଇନ ସଦସ୍ୟଙ୍କୁ ଖବର ଦେଇଥିଲେ । ଖବରପାଇ ସଦସ୍ୟ ସନ୍ଦୀପ କୁମାର ସେଠୀ ଘଟଣାସ୍ଥଳରେ ପହଞ୍ଚି କୌଶଳ କ୍ରମେ ସାପଟିକୁ ଉଦ୍ଧାର କରି ସୁରକ୍ଷିତ ଜଙ୍ଗଲରେ ଛାଡି ଦେଇଥିବା ଜଣାପଡିଛି ।

ରିପୋର୍ଟ:କିରଣ ବେହେରା

LEAVE A REPLY

Please enter your comment!
Please enter your name here