ସରପଞ୍ଚ ସଂଘର ଜିଲ୍ଲା ସଭାପତି ହେଲେ ମନୋରଞ୍ଜନ

0
478

ଦିଗପହଣ୍ଡି – ଦିଗପହଣ୍ଡି ବ୍ଳକ କଇଠଖଣ୍ଡି ସରପଞ୍ଚ ତଥା ବ୍ଳକ ସରପଞ୍ଚ ସଂଘର ସଭାପତି ମନୋରଞ୍ଜନ ଗୈାଡ ସରପଞ୍ଚ ସଂଘର ଜିଲ୍ଲା ସଭାପତି ମନୋନୀତ ହୋଇଥିବା ଜଣାପଡିଛି । ଖବରନୁଯାୟୀ , ଆସିକା ବ୍ଲକ ବାଲିଶିରା ସ୍ଥିତ ସିଦ୍ଧେଶ୍ଵର ମନ୍ଦିର ପରିସରରେ ଶୁକ୍ରବାର ଦିନ ଗଞ୍ଜାମ ଜିଲ୍ଲା ସରପଞ୍ଚ ମହାସଂଘ ପକ୍ଷରୁ ଆୟୋଜିତ ମହାସଭାରେ ଜିଲ୍ଲା ସ୍ତରୀୟ କର୍ମକର୍ତ୍ତା ଚୟନ କରାଯାଇଥିଲା । ଦକ୍ଷିଣାଞ୍ଚଳ ଜୋନ୍ ସଭାପତି ଭବାନୀ ଶଙ୍କର ମଳିକଙ୍କ ସଭାପତିତ୍ବରେ ଅନୁଷ୍ଠିତ ବୈଠକରେ ଜିଲ୍ଲାର ବିଭିନ୍ନ କୋଣ ଅନୁକୋଣରେ ରହିଥିବା ସମସ୍ତ ସରପଞ୍ଚ ଓ ସରପଞ୍ଚ ପ୍ରତିନିଧି ମାନେ ଯୋଗ ଦେଇଥିଲେ । ଏହି ପରିପ୍ରେକ୍ଷୀରେ ସର୍ବସମ୍ମତିକ୍ରମେ ମନୋରଞ୍ଜନ ଗୈାଡଙ୍କୁ ଜିଲ୍ଲା ସଭାପତି ଭାବେ ମନୋନୀତ କରାଯାଇଥିଲା । ସେହିପରି ପଦ୍ମନାଭପୁର ପଞ୍ଚାୟତର ସରପଞ୍ଚ ପ୍ରତିନିଧି ବି . କ୍ରିଷ୍ଣାରାଓ ସୁବୁଦ୍ଧି ଏବଂ ଚଷା ନିମଖଣ୍ଡି ସରପଞ୍ଚ ପ୍ରତିନିଧି ରବିଚନ୍ଦ୍ର ଗୌଡ଼ଙ୍କୁ ଉପଦେଷ୍ଟା ମଣ୍ଡଳୀ ଭାବେ ଚୟନ କରାଯାଇଥିଲା ।

ରିପୋର୍ଟ:କିରଣ ବେହେରା

LEAVE A REPLY

Please enter your comment!
Please enter your name here