ବ୍ଳକସ୍ତରୀୟ ବିଜ୍ଞାନ ସମ୍ବନ୍ଧୀୟ ପାଠଚକ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ

0
158

ଦିଗପହଣ୍ଡି – ଜିଲ୍ଲା ଶିକ୍ଷାଧିକାରୀଙ୍କ ନିର୍ଦ୍ଦେଶକ୍ରମେ ଗୁରୁବାର ଦିନ ଦିଗପହଣ୍ଡି ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ବ୍ଳକସ୍ତରୀୟ ବିଜ୍ଞାନ ସମ୍ବନ୍ଧୀୟ ପାଠଚକ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ବିଷ୍ଣୁପ୍ରିୟା ପାଣିଗ୍ରାହୀଙ୍କ ସଂଯୋଜନାରେ ଅନୁଷ୍ଠିତ ପାଠଚକ୍ରରେ ଗୋଷ୍ଠୀ ଶିକ୍ଷାଧିକାରୀ କୋରେଶୁ ସେଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମ ଉଦଘାଟନ କରିଥିଲେ । ସେହିପରି ଏବିଇଓ ବାଳା ମାଝୀ , ରସାନନ୍ଦ ଘଡେଇ , ବିଶ୍ରବା ପାଇକ ପ୍ରମୁଖ ସମ୍ମାନିତ ଅତିଥି ରୂପେ ମଞ୍ଚାସୀନ ରହିଥିଲେ । ଏହି ପରିପ୍ରେକ୍ଷୀରେ ଦିଗପହଣ୍ଡି ବ୍ଳକ ଅନ୍ତର୍ଗତ ୧୬ ଗୋଟି କ୍ଳଷ୍ଟରର ୫୩ ଜଣ ଛାତ୍ରଛାତ୍ରୀ ଏହି ପାଠଚକ୍ରରେ ଅଂଶ ଗ୍ରହଣ କରି ବିଜ୍ଞାନ ସମ୍ବନ୍ଧୀୟ ଖାଦ୍ୟ ଶସ୍ୟ ବିଷୟ ବସ୍ତୁ ଉପରେ ଅତିଥି ବୃନ୍ଦଙ୍କ ସମ୍ମୁଖରେ ମତ ଦେଇଥିଲେ । ବିଚାରକ ଭାବେ ବିଶ୍ବଜିତ ସାହୁ ଏବଂ ସାଲିନି ସେକ୍ସନା ଯୋଗ ଦେଇଥିଲେ । ଶେଷରେ ବମକୋଇ ସ୍ଥିତ ଶିବାନନ୍ଦ ନୋଡାଲ ହାଇସ୍କୁଲର ପ୍ରିୟବ୍ରତ ପ୍ରଧାନଙ୍କୁ ପ୍ରଥମ , ଦିଗପହଣ୍ଡି ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ସୋନାଲି ବେହେରା ଦ୍ବିତୀୟ , ଭୀଷ୍ମଗିରି ହାଇସ୍କୁଲର ସୁଭମ କୁମାର ସାହୁଙ୍କୁ ତୃତୀୟ ସ୍ଥାନ ଅଧିକାର କରିଥିବା ବେଳେ ଆଗାମୀ ଦିନରେ ଜିଲ୍ଲାସ୍ତରୀୟ ପ୍ରତିଯୋଗିତା ଭାଗ ନେବାପାଇଁ ମନୋନୀତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସମସ୍ତ ବିଦ୍ଯାଳୟର ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଉପସ୍ଥିତ ରହି ସହଯୋଗ ପ୍ରଦାନ କରିଥିଲେ ।

ରିପୋର୍ଟ:କିରଣ ବେହେରା

LEAVE A REPLY

Please enter your comment!
Please enter your name here