ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଯୁବକ ମୃତ ; ଥାନାରେ ଏତଲା

0
157

ଦିଗପହଣ୍ଡି – ଦିଗପହଣ୍ଡି ଥାନା ଅଧିନସ୍ଥ ବନ୍ଥପଲ୍ଲୀ ପଞ୍ଚାୟତ ଜିନିଗୁଡା ଗ୍ରାମରେ ବୁଧବାର ସକାଳେ ଏକ ଅଘଟଣ ଦେଖିବାକୁ ମିଳିଥିଲା । ମାମୁଁ ଘରକୁ ବୁଲିବାକୁ ଆସିଥିବା ଭଣଜା ଖୋଲା ପଡ଼ିଆରେ ପରିଶ୍ରା କରୁଥିବା ସମୟରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମୃତ୍ୟୁବରଣ କରିଥିବା ଜଣାପଡିଛି । ମୃତ ଯୁବକ ଜଣକ ହେଲେ କୁକୁଡାଖଣ୍ଡି ବ୍ଳକ ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ ବାଉଁଶୀଆ ପଲ୍ଲୀ ଗ୍ରାମର ଉପେନ୍ଦ୍ର ମଲ୍ଲିକ (୨୦ ) ବୋଲି ସୂଚନା ମିଳିଛି । ଖବରନୁଯାୟୀ , ମୃତ ଯୁବକ ଜଣକ ବୁଧବାର ସକାଳ ୯ ଟାରେ ନିଜ ମାମୁଁ ପ୍ରଶାନ୍ତ ମଲ୍ଲିକଙ୍କ ଗ୍ରାମ ଜିନିଗୁଡା ଗ୍ରାମ ଯାଇଥିଲେ । ତେବେ ପରବର୍ତ୍ତୀ ସମୟରେ ଉପେନ୍ଦ୍ର ପରିଶ୍ରା କରିବା ପାଇଁ ନିକଟସ୍ଥ ଖୋଲାପଡିଆ ପେଲାଢିଅ ପାଖକୁ ଯାଇ ପରିଶ୍ରା କରିବା ସମୟରେ ଗ୍ରାମର ରାଜେନ୍ଦ୍ର ମଲ୍ଲିକ ନିଜ ଘର କାମ ପାଇଁ ବେଆଇନ ଭାବେ ବିଦ୍ୟୁତ ଖୁଣ୍ଟରୁ ଘରକୁ ବିଦ୍ୟୁତ୍ ସଂଯୋଗ କରିଥିବା ତାର ସଂସ୍ପର୍ଶରେ ଆସିଥିବା ଜଣାପଡିଛି । ଘଟଣାସ୍ଥଳରେ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ଖବରପାଇ ଦିଗପହଣ୍ଡି ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଥିଲା । ଅପରପକ୍ଷରେ ମୃତକଙ୍କ ବଡ଼ଭାଇ ରବିନ୍ଦ୍ର ମଲ୍ଲିକ ଦିଗପହଣ୍ଡି ଥାନାରେ ରାଜେନ୍ଦ୍ରଙ୍କ ନାମରେ ଏକ ଲିଖିତ ଅଭିଯୋଗ କରିଥିଲେ । ରବିନ୍ଦ୍ରଙ୍କ ଏତଲାକୁ ଭିତ୍ତିକରି ଥାନା ମାମଲା ନଂ ୩୩୧/୨୩ ପ୍ରକାରେ ମକଦ୍ଦମା ରୁଜୁ କରାଯାଇଥିବା ଅଧିକାରୀ ଦିପ୍ତୀରଞ୍ଜନ ବେହେରା ସୂଚନା ଦେଇଛନ୍ତି ।

ରିପୋର୍ଟ:କିରଣ ବେହେରା

LEAVE A REPLY

Please enter your comment!
Please enter your name here