ମହୁଡା ଡବଲ ମର୍ଡର ଘଟଣା : ଏତଲା ପରେ ଗ୍ରାମରେ ପୁରୁଷ ଶୂନ୍ୟ

0
353

ଗଞ୍ଜାମ:ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ମହୁଡା ଗ୍ରାମରେ ଗତ ବୁଧବାର ବିଳମ୍ବିତ ରାତିରେ ଲିଟୁ ପାଢ଼ୀ ଓ ଶିବରାମ ଗୈାଡଙ୍କୁ ବିଭତ୍ସ ଭାବରେ ହତ୍ୟା କରିବା ପରେ ପୋଡ଼ି ଦେଇଥିଲେ । ଘଟଣା ପରଠାରୁ ପୋଲିସ ଛାନଭିନ କରୁଥିବା ବେଳେ ବର୍ତ୍ତମାନ ଏବେ ଗ୍ରାମରେ ପୁରୁଷ ଶୂନ୍ୟ ହୋଇ ପଡିଥିବା ଜଣାପଡିଛି । ଖବରପ୍ରକାରେ , ଲାଠି ଗ୍ରାମର ଲିଟୁ ଓ ଶିବରାମ ଦୁଇ ଘନିଷ୍ଠ ବନ୍ଧୁ ରହିଥିବା ବେଳେ ସେମାନେ ବିଭିନ୍ନ ସମୟରେ ମହୁଡା ଗ୍ରାମକୁ ଯାଇ ଆତଙ୍କରାଜ ଖେଳାଇ ଆସିବା ସହ ଲୋକଙ୍କୁ ଧମକ ଚମକ ଦେଇ ଆସୁଥିଲେ । ଯାହାଫଳରେ ଗ୍ରାମବାସୀ ଏହି ଜଣଙ୍କ ଉପରେ ଅତିଷ୍ଠ ହୋଇ ବୁଧବାର ବିଳମ୍ବିତ ରାତିରେ ଗ୍ରାମ ନିକଟରେ ଥିବା ପୋଖରୀ ହିଡରେ ନୃଶଂସ ଭାବେ ହତ୍ୟା କରିଥିଲେ । ପରେ ପ୍ରମାଣ ନଷ୍ଟ କରିବା ପାଇଁ ପୋଡ଼ି ଦେଇଥିଲେ । ଖବରପାଇ ଚିକିଟି ଏସ୍ ଡିପିଓ କୃଷ୍ଣଚନ୍ଦ୍ର ଭତ୍ରା ଏବଂ ଥାନା ଅଧିକାରୀ ଦିପ୍ତୀରଞ୍ଜନ ବେହେରା ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଲିଭାଇ ଅର୍ଦ୍ଧଦଗ୍ଧ ଅବସ୍ଥାରେ ଶବକୁ ଜବତ କରିଥିଲେ । ଗୁରୁବାର ସକାଳୁ ବ୍ରହ୍ମପୁର ଏସ୍ ପି ସମେତ ଅନୁସନ୍ଧାନୀ କୁକୁର ସହାୟତାରେ ସାଇଣ୍ଟିଫିକ ଟିମ୍ ଘଟଣାର ଖୋଳତାଡ଼ ମଧ୍ୟ କରିଥିଲେ । ଏହାପରେ ମୃତକଙ୍କ ପରିବାର ଲୋକେ ଥାନାରେ ଏତଲା ଦେଇଥିବା ବେଳେ ଏତଲାକୁ ଭିତ୍ତିକରି ପୋଲିସ ଥାନା ମାମଲା ନଂ ୨୩୫/୨୩ ପ୍ରକାରେ ମକଦ୍ଦମା ରୁଜୁ କରି ତଦନ୍ତ ଚଳାଇଥିବା ଥାନା ଅଧିକାରୀ ଦିପ୍ତୀରଞ୍ଜନ ବେହେରା ସୂଚନା ଦେଇଥିଲେ । ଘଟଣାପରେ ପୋଲିସ ୧୫ ଜଣକୁ ଥାନାରେ ଅଟକ ରଖି ପଚରାଉଚରା କରିବା ପରେ ସଠିକ୍ ତଥ୍ୟ ନ ପାରିବାରୁ ସେମାନଙ୍କୁ ଛାଡି ଦେଇଥିଲା ।

ରିପୋର୍ଟ:କିରଣ ବେହେରା

LEAVE A REPLY

Please enter your comment!
Please enter your name here