ଗୁରୁ ଦିବସ ପାଳନ

0
154

ଛତ୍ରପୁର: ସ୍ଥାନୀୟ ଶ୍ରୀରାମନଗର ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର, ପରିସରରେ ଗୁରୁ ଦିବସ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଅତି ଉତ୍ସାହର ସହିତ ପାଳନ କରାଯାଇଥିଲା | ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ଅଞ୍ଚଳର ଏକ ଆଦର୍ଶ ଗୁରୁ ତଥା ଅବସରପ୍ରାପ୍ତ ହିନ୍ଦୀ ଶିକ୍ଷକ ମୃତ୍ୟୁଞ୍ଜୟ ତ୍ରିପାଠୀ ଯୋଗ ଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଗୁରୁ ପୂଜନ ଅବସରରେ ଆମ ଅନୁଷ୍ଠାନ ତରଫରୁ ଶ୍ରୀ ତ୍ରିପାଠୀ ଙ୍କୁ ସମ୍ମାନିତ କରାଯାଇଥିଲା । ଅନୁଷ୍ଠାନର ସଭାପତି ଉପେନ୍ଦ୍ର ମହାନ୍ତି ଯୋଗ ଦେଇ ସଭାପତିତ୍ୱ କରିଥିଲା ବେଳେ ଉପସଭାପତି ଗୀତା ପାଢ଼ୀ, ସଦସ୍ୟ ରାମ ପ୍ରସାଦ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇଥିଲେ । ପ୍ରଧାନାଚାର୍ଯ୍ୟ ରବୀନ୍ଦ୍ର ନାଥ ଦାଶ ଅତିଥି ପରିଚୟ ସହ ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ । ଶିଶୁମାନଙ୍କ ଅଭିଭାଷଣ ସହ ବରିଷ୍ଠ ଆଚାର୍ଯ୍ୟ ଶ୍ରୀକାନ୍ତ ମହାପାତ୍ର ଗୁରୁଙ୍କ ମହତ୍ଵ ଓ ପ୍ରଭାବ କିପରି ଆମ ଜୀବନଶୈଳୀ ଉପରେ ପଡ଼ିଥାଏ ସେ ବିଷୟରେ ମାର୍ଗଦର୍ଶନ କରିଥିଲେ । ବରିଷ୍ଠ ଆଚାର୍ଯ୍ୟ ଟି .ସୁରେଶ ଆଚାରୀ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଦଶମ ଶ୍ରେଣୀର ଛାତ୍ରଛାତ୍ରୀମାନେ ସମସ୍ତ ଗୁରୁଜୀ ଗୁରୁମାମାନଙ୍କୁ ପୂଜନ କରିଥିଲେ ।

LEAVE A REPLY

Please enter your comment!
Please enter your name here