ସଂଯୁକ୍ତ କୃଷକ ମୋର୍ଚ୍ଚା ପକ୍ଷରୁ ସ୍ମାରକପତ୍ର ପ୍ରଦାନ

0
251

ଭଞ୍ଜନଗର: ସଂଯୁକ୍ତ କୃଷକ ମୋର୍ଚ୍ଚା ଭଞ୍ଜନଗର ପକ୍ଷରୁ ସ୍ଥାନୀୟ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ କରିବା ସହ ରାଜ୍ୟବ୍ୟାପି ଢ଼ିଙ୍କିଆ ସଂହତି ଦିବସ ଅବସରରେ ମୂଖ୍ୟମନ୍ତ୍ରୀଙ୍କ ଉଦ୍ଧେଶ୍ୟରେ ୮ ଦଫା ଦାବି ସମ୍ବଳିତ ଏକ ସ୍ମାରକପତ୍ର ଭଞ୍ଜନଗର ଉପଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି । ଗତ ୧୪ ଜାନୁଆରୀ ଢ଼ିଙ୍କିଆ ଗ୍ରାମବାସୀଙ୍କ ଉପରେ ପୋଲିସ ବର୍ବରୋଚିତ ଆକ୍ରମଣ ଓ ନିର୍ମମ ଲାଠି ଚାଳନା କଠୋର ଭାଷାରେ ନିନ୍ଦା କରିବା ସହ ଜୀବନ, ଜୀବିକା ଓ ଭିଟାମାଟିର ସୁରକ୍ଷା ପାଇଁ ସଂଘର୍ଷ କରୁଥିବା ଢ଼ିଙ୍କିଆ ଗ୍ରାମବାସୀଙ୍କ ଦାବି ପ୍ରତି ସମ୍ମାନ ଦେବା ଉଚିତ ବୋଲି ମତପ୍ରକାଶ କରିଥିଲେ । ଏହି ପ୍ରତିବାଦରେ ଅଖିଳ ଭାରତ କୃଷକ ସଭା ର ବରିଷ୍ଠ ଆଇନଜୀବୀ ସୋମନାଥ ନାୟକ, ଅଖିଳ ଭାରତ କ୍ରାନ୍ତିକାରୀ କୃଷକ ସଭାର ଜିଲ୍ଲା ସମ୍ପାଦକ ଟୁନା ମଲ୍ଲିକ, ଆଦିବାସୀ ଭାରତ ମହାସଭା ର ଜିଲ୍ଲା ସଭାପତି ପୂର୍ଣ୍ଣଚନ୍ଦ୍ର ପ୍ରଧାନ, କାର୍ତ୍ତିକ ପ୍ରଧାନ, ଶଶୀ ଗୈ।ଡ, ହରେକୃଷ୍ଣ ସାହୁ ଆଦି ଉପସ୍ଥିତ ଥିଲେ ।

ରିପୋର୍ଟ:ନିଲୁ ବିଷୋୟୀ

LEAVE A REPLY

Please enter your comment!
Please enter your name here