ଘୋଡାହଡ ନଦୀରୁ ନବଜାତ ଶିଶୁ କନ୍ୟାର ମୃତଦେହ ଉଦ୍ଧାର

0
154

ସାନଖେମୁଣ୍ଡି – ପାଟପୁର ଥାନା ମୌଳାଭଞ୍ଜା ପଞ୍ଚାୟତ ଖୋଲଡି ଗ୍ରାମ ନିକଟସ୍ଥ ଘୋଡାହଡ ନଦୀରୁ ସୋମବାର ଦିନ ପାଟପୁର ପୋଲିସ ଏକ ନବଜାତ ଶିଶୁ କନ୍ୟାର ମୃତଦେହ ଉଦ୍ଧାର କରିଥିବା ଜଣାପଡିଛି । ଖବରନୁଯାୟୀ , ସକାଳ ୧୦ ଘଣ୍ଟା ସମୟରେ ଗ୍ରାମର କିଛି ଲୋକ ନଦୀକୁ ଯାଉଥିବା ସମୟରେ ନବଜାତ ଶିଶୁ କନ୍ୟାର ମୃତଦେହ ଭାସୁଥିବା ଦେଖିବାକୁ ପାଇଥିଲେ । ଏହାପରେ ପାଟପୁର ପୋଲିସକୁ ଖବର ଦେଇଥିଲେ । ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତ ଶିଶୁକନ୍ୟାର ଶବ ଜବତ କରି ଅପମୃତ୍ୟୁ ମାମଲା ନଂ ୧୫/୨୩ ପ୍ରକାରେ ମକଦ୍ଦମା ରୁଜୁ କରି ଶବ ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ପଠାଇଥିବା ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ ସୂଚନା ଦେଇଛନ୍ତି ।

ରିପୋର୍ଟ:କିରଣ ବେହେରା

LEAVE A REPLY

Please enter your comment!
Please enter your name here