ମାଣିତରା ହାଇ ସ୍କୁଲରେ ଖୋଲିବ ଧନ୍ଦା ମୂଳକ ଶିକ୍ଷା

0
348

ବୁଗୁଡା :ଆସନ୍ତ ଶିକ୍ଷା ବର୍ଷରେ ରାଜ୍ୟ ସରକାର ସାରା ରାଜ୍ୟରେ ମୋଟ ୨୦୧ ଗୋଟି ଉଚ୍ଚ ବିଦ୍ୟାଳୟରେ ଧନ୍ଦା ମୂଳକ ଶିକ୍ଷା ( ଭୋକେଶନାଲ ଏଡୁକେଶନ ) ଖୋଲିବା ପାଇଁ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ସେଥି ମଧ୍ୟରୁ ଗଞ୍ଜାମ ଜିଲ୍ଲାରେ ୧୮ ଗୋଟି ହାଇ ସ୍କୁଲରେ ଧନ୍ଦା ମୂଳକ ଶିକ୍ଷା ଖୋଲିବାକୁ ସ୍ଥିର ହୋଇଅଛି। ବୁଗୁଡା ବ୍ଲକର ଗୋଟିଏ ଶିକ୍ଷାନୁଷ୍ଠାନ ମାଣିତରା ଆଞ୍ଚଳିକ ଉଚ୍ଚ ବିଦ୍ୟାଳୟରେ ଧନ୍ଦା ମୂଳକ ଶିକ୍ଷା ଖୋଲିବାକୁ ଅନୁମତି ମିଳିଥିବା ପ୍ରଧାନ ଶିକ୍ଷକ କୈଳାଶ ଚନ୍ଦ୍ର ମହାରଣା ପ୍ରକାଶ କରିଛନ୍ତି। ମାଣିତରା ହାଇ ସ୍କୁଲରେ ଇଲେକ୍ଟ୍ରୋନିକସ ଓ ହାର୍ଡୱେର କୋର୍ସ ଅଧ୍ୟୟନ କରାଯିବ ବୋଲି ଜଣାପଡିଛି। ସରକାରଙ୍କ ଏହି ନିଷ୍ପତ୍ତିକୁ ଅଞ୍ଚଳବାସୀ ସ୍ୱାଗତ କରିଥିବା ବେଳେ ଗଞ୍ଜାମ ଡିଇଓ ବିନିତା ସେନାପତି ଓ ପ୍ରଧାନ ଶିକ୍ଷକ ଶ୍ରୀ ମହାରଣାଙ୍କୁ ସାଧୁବାଦ ଜଣାଇଛନ୍ତି।

ରିପୋର୍ଟ:ସ୍ବରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here