ଆସନ୍ତା କାଲି ଦିଗପହଣ୍ଡି ଗସ୍ତରେ ଆସିବେ ୫ – ଟି ସଚିବ ; ସଭାସ୍ଥଳ ତଦାରଖରେ ବ୍ରହ୍ମପୁର ଉପଜିଲ୍ଲାପାଳ ଓ ଏସ୍ ପି

0
562

ଗଞ୍ଜାମ:ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି. କାର୍ତ୍ତିକେୟନ ପାଣ୍ଡିଆନ ୩ ଦିନିଆ ଗଞ୍ଜାମ ଗସ୍ତରେ ଆସି ରାଜ୍ୟ ସରକାରଙ୍କ ଜନଶୁଣାଣୀ କାର୍ଯ୍ୟକ୍ରମରେ ଯୋଗ ଦେଇ ଆସୁଛନ୍ତି । ତେବେ ଆସନ୍ତା କାଲି ଅର୍ଥାତ୍ ରବିବାର ମଧ୍ୟାହ୍ନ ୧୨.୪୦ ମିନିଟ ସମୟରେ ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀ ଗସ୍ତରେ ଆସି ଦିଗପହଣ୍ଡି ବିଦ୍ୟୁତ ସବ୍ ଷ୍ଟେସନ ନିକଟରେ ପ୍ରସ୍ତୁତ ହୋଇଥିବା ହେଲିପ୍ଯାଡ ସ୍ଥାନରେ ଅବତରଣ କରିବା ପରେ ଖେମୁଣ୍ଡି ମହାବିଦ୍ୟାଳୟ ଖେଳ ପଡିଆ ଠାରେ ପ୍ରଶାସନ ପକ୍ଷରୁ ଆୟୋଜିତ ଜନଶୁଣାଣୀ ସଭାକାର୍ଯ୍ୟରେ ଯୋଗ ଦେବେ । ଏହା ପୂର୍ବରୁ ଶନିବାର ଅପରାହ୍ନ ସୁଦ୍ଧା ଯୁଦ୍ଧକାଳୀନ ଭିତ୍ତିରେ ହେଲିପ୍ଯାଡ ସ୍ଥାନ , ସଭାସ୍ଥଳ , ବିଶ୍ରାମ ସ୍ଥାନ ପୂର୍ତ୍ତବିଭାଗ ଡାକବଙ୍ଗଳାର ପ୍ରସ୍ତୁତ କାର୍ଯ୍ୟ ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଥିବା ଜଣାପଡିଛି । ଏହି ଅବସରରେ କାର୍ଯ୍ୟକ୍ରମକୁ ସଫଳ କରାଇବା ପାଇଁ ଶନିବାର ପୂର୍ବାହ୍ନରେ ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ଡ଼. ଶ୍ରବଣ ବିବେକ ଏମ୍ , ଅପରାହ୍ନରେ ବ୍ରହ୍ମପୁର ଉପ ଜିଲ୍ଲାପାଳ ଆଶୁତୋଷ କୁଲକଣ୍ଣୀ ସଭାସ୍ଥଳ ଓ ପୂର୍ତ୍ତବିଭାଗ ଡାକବଙ୍ଗଳା ପରିଦର୍ଶନ କରି ପ୍ରସ୍ତୁତି କାର୍ଯ୍ୟ କିଭଳି ରହିଛି ତଦାରଖ କରି ଫେରିଥିଲେ । ଅପରପକ୍ଷରେ ଏହି ଜନଶୁଣାଣୀ ଶିବିରରେ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଦିଗପହଣ୍ଡି ଓ କୁକୁଡାଖଣ୍ଡି ବ୍ଳକରୁ ୧୦ ରୁ ୧୨ ହଜାର ଲୋକେ ଉପସ୍ଥିତ ରହି ନିଜ ଅଞ୍ଚଳର ସମସ୍ଯା ସଚିବଙ୍କ ନିକଟରେ ଅଭିଯୋଗ କରିପାରିବେ । ଏପଟେ ଶାନ୍ତି ଶୃଙ୍ଖଳା , ଟ୍ରାଫିକ ସମସ୍ୟା , ସୁରକ୍ଷା ବ୍ୟବସ୍ଥାକୁ କଡା ନଜର ରଖି ୫ ପ୍ଳାଟୁନ ପୋଲିସ ଚାରିପାଖ ଜଗି ରହିଛନ୍ତି ‌। ସେପଟେ ୫ ଟି ଗସ୍ତକୁ ସଫଳ କରିବା ସକାଶେ ଦିଗପହଣ୍ଡି ଓ କୁକୁଡାଖଣ୍ଡି ବ୍ଳକ , ତହସିଲ , ପୂର୍ତ୍ତବିଭାଗ ଡାକବଙ୍ଗଳା , ପୋଲିସ ପ୍ରଶାସନ ସଜାଗ ରହିଛନ୍ତି ।

ରିପୋର୍ଟ:କିରଣ ବେହେରା

LEAVE A REPLY

Please enter your comment!
Please enter your name here