ତ୍ରି ସ୍ତରୀୟ ପଞ୍ଚାୟତ ନିର୍ବାଚନର ସୁପରିଚାଳନା ନେଇ ବୈଠକ

0
226

ଛତ୍ରପୁର: ତ୍ରି ସ୍ତରୀୟ ପଞ୍ଚାୟତ ନିର୍ବାଚନର ସୁପରିଚାଳନା ଦିଗରେ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଉଛି । ରାଜ୍ୟ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶାବଳୀ ପ୍ରକାରେ ସାଧାରଣ ଆଚରଣବିଧି, ସଭାସମିତି, ଶୌଭାଯାତ୍ରା, ଭୋଟ ପ୍ରାର୍ଥନା ଓ ପ୍ରଚାର ଏହି ସମସ୍ତ କାର୍ଯ୍ୟରେ କୋଭିଡ୍ କଟକଣାକୁ ଶତପ୍ରତିଶତ ପାଳନ କରିବାକୁ ହେବ । ଏତତ୍ ବ୍ୟତୀତ ନିର୍ବାଚନ ପରିଚାଳନା ଦାୟୀତ୍ବରେ ରହିଥିବା ସମସ୍ତ କର୍ମଚାରୀ ଏବଂ ଅଧିକାରୀବୃନ୍ଦ କୋଭିଡ୍ ନିୟମର କଡାକଡି ପାଳନ କରାଯାଇ ଅନୁଷ୍ଠିତ ହେବ । ଏଥି ସକାଶେ ଆଜି ସୋମବାର ପୂର୍ବାହ୍ନରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଓସ୍ବାନ୍ ହଲରେ ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଶ୍ରୀ କୁଲାଙ୍ଗେ ଜଣାଇଥିଲେଯେ, ଚଳିତ ନିର୍ବାଚନ କାର୍ଯ୍ୟଗୁଡିକ ସମ୍ପୂର୍ଣ୍ଣରୂପେ କୋଭିଡ୍ ଗାଇଡ୍ ଲାଇନ୍ ଅନୁପାଳନ କରି ପରିଚାଳନା ହେବ । ନିର୍ବାଚନ କାର୍ଯ୍ୟରେ ନିୟୋଜିତ ହେବାକୁ ଥିବା ସମସ୍ତଙ୍କର ଆର୍.ଟି.ପି.ସି.ଆର୍ ଟେଷ୍ଟ ହେବ । ନିର୍ବାଚନ ପରିଚାଳନା ଦିଗରେ ପ୍ରଦାନ କରାଯିବାକୁ ଥିବା ପ୍ରଶିକ୍ଷଣ ଗୁଡିକୁ ଓସ୍ବାନ୍ କିମ୍ବା ଜୁମ୍ ଆଭାସୀ ଦ୍ବାରା କରିବାକୁ ପ୍ରୟାସ କରାଯିବ । ବ୍ଲକ୍ ସ୍ତରୀୟ ପରିଚାଳନା ନିମନ୍ତେ ଗୋଷ୍ଠୀ ଉନ୍ନୟନ ଅଧିକାରୀଗଣ ନିଜ ସ୍ତରରେ କରକିବେ । ସମସ୍ତ ବୈଠକ ଗୁଡିକ ଏସ୍.ଓ.ପି. ର ଅନୁପାଳନ ହେବ । । ସମସ୍ତ ବୈଠକ ଗୁଡିକ କୋଠରୀରେ ନକରି ଖୋଲା ଅଞ୍ଚଳରେ କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ । ପ୍ରତିନିଧିଗଣ ୫ଜଣ ବ୍ୟକ୍ତିଙ୍କୁ ନେଇ ନିର୍ବାଚନ ପ୍ରଚାର କାର୍ଯ୍ୟ କରିବେ । ରାତ୍ର ୮ ଘ. ଠାରୁ ତାପରଦିନ ସକାଳ ୭ଘ. ପର୍ଯ୍ୟନ୍ତ ଡାକବାଜି ଯନ୍ତ୍ରରେ ପ୍ରଚାର ପ୍ରସାର ହେବ ନାହିଁ । ଧାର୍ଯ୍ୟ କରପାଯାଇଥିବା ଭୋଟ୍ ଦିନର ୩୬ ଘଣ୍ଟା ପୂର୍ବରୁ ଆଉ ଡାକବାଜି ଯନ୍ତ୍ରରେ ପ୍ରଚାର କରାଯିବ ନାହିଁ । ଭୋଟଦାତାଗଣ ନିଶ୍ଚିତ ରୂପେ ମାସ୍କ ପରିଧାନ କରିବା ଆବଶ୍ୟକ । ଭୋଟ ଗଣତଚି କୋଠରୀରେ ଏଜେଣ୍ଟ ବ୍ୟତୀତ ସାଧାରଣ ଲୋକଙ୍କ ପ୍ରବେଶ ସମ୍ପୂର୍ଣ୍ଣ ବାରଣ । ନିର୍ବାଚନଟିକୁ ଅବାଧ, ମୁକ୍ତ ଓ ଶାନ୍ତି ଶୃଙ୍ଖଳାର ସହିତ ସମାପନ କରିବା ଦିଗରେ ପୋଲିସ୍ ପ୍ରଶାସନର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିବ । ଯେଉଁ ମତଦାନ କେନ୍ଦ୍ର ଗୁଡିକରେ ଅପ୍ରିତିକର ପରିସ୍ଥିତି ଦେଖାଯିବା ଅନୁଭବ ହେବ ଉକ୍ତ କେନ୍ଦ୍ରରେ ସିସିଟିଭି କ୍ୟାମେରାର ବ୍ୟବସ୍ଥା କରାଯିବ । ବର୍ତ୍ତମାନ ଲାଗୁ କରାଯାଇଥିବା ଆଦର୍ଶ ଆଚରଣ ସଂହିତା ଫେବୃୟାରୀ ମାସ ୨୮ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ ସରକାରୀ କର୍ମଚାରୀଗଣ କୌଣସି ରାଜନୈତିକ ଦଳ ସହିତ ସଂପୃକ୍ତ ନ ରହିବାକୁ ପରାମର୍ଶ ଦିଆଯାଇଛି । ନିର୍ବାଚନ କାର୍ଯ୍ୟର ପରିଚାଳନା ଦିଗରେ ସରକାରୀ କର୍ମଚାରୀଙ୍କର ଗୁରୁ ଦାୟୀତ୍ବ ରହିବ । ଏଣୁ କେହି ନିଜର ସଦର ମହକୁମା ଛାଡନ୍ତୁ ନାହିଁ । ସମସ୍ତ ଷ୍ଟାଫ୍ ଦୁଇଗୋଟି ଟିକା ନେଇଥିବା ଜିଲ୍ଲାର ସମସ୍ତ ବିଭାଗ ନିଶ୍ଚିତ କରାଇ ନିଅନ୍ତୁ । ସବୁ ସମୟରେ ଯେମିତି ଗୋଟିଏ ଟିମ୍ ବଳି କାମ କରିଆସିଛନ୍ତି ଏହି ନିର୍ବାଚନଟିକୁ ଶାନ୍ତି ଶୃଙ୍ଖଳାର ସହିତ ପରିଚାଳନା କରିବା ଦିଗରେ ସେହିଭଳି ଗୋଟିଏ ଟିମ୍ ହୋଇ କାମ କରିବାକୁ ଜିଲ୍ଲାପାଳ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ ।
ଗଞ୍ଜାମ ଜିଲ୍ଲାର ସମୁଦାୟ ୭୦୯୯ ଓ୍ବାର୍ଡରେ ସମୁଦାୟ ୧୨୭୭୬୨୭ଜଣ ପୁରୁଷ ଭୋଟର, ୧୧୬୫୮୦୯ଜଣ ମହିଳା ଭୋଟର ଏବଂ ୧୮୦ଜଣ ତୃତୀୟଲିଙ୍ଗ ଏଭଳି ସମୁଦାୟ ୨୪୪୩୬୧୬ଜଣ ଭୋଟର୍ ଅଛନ୍ତି । ଜିଲ୍ଲାର ୫୦୩ ସମିତିସଭ୍ୟ, ୫୦୩ ସରପଞ୍ଚ, ୭୦୯୯ ଓ୍ବାର୍ଡ ମେମ୍ବର ନିମନ୍ତେ ନିର୍ବାଚନ ଅନୁଷ୍ଠିତ ହେବ । ୭୦୯୯ଗୋଟି ପୋଲିଙ୍ଗ ଷ୍ଟେସନ ରେ ଭୋଟ୍ ସଂଗ୍ରହ କରାଯିବ ।
ବୈଠକରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଲୀନା କୁମାରୀ ଖେସ୍, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ପ୍ରିୟ ରଞ୍ଜନ ପୃଷ୍ଟି, ଡୁଡା ପ୍ରକଳ୍ପ ନିର୍ଦ୍ଦେଶକ ସଚ୍ଚିଦା ନନ୍ଦ ନାୟକ,ଜିଲ୍ଲା ପଞ୍ଚାୟତ ଅଧିକାରୀ ଗୁରୁଭାସିଙ୍ଗ୍, ସମସ୍ତ ପଜିଲ୍ଲାପାଳ, ତହସିଲଦାର ଓ ଗୋଷ୍ଠୀ ଉନ୍ନୟନ ଅଧିକାରୀଗଣ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here