ଦିଗପହଣ୍ଡି ମାଁ ବୁଢ଼ୀ ଠାକୁରାଣୀଙ୍କ ୫୦ ତମ ଯାତ୍ରା ଉପଲକ୍ଷେ ପ୍ରସ୍ତୁତି ବୈଠକ

0
1038

ଗଂଜାମ:ଦିଗପହଣ୍ଡି ସହରର ଅଧିଷ୍ଠାତ୍ରୀ ଦେବୀ ମାଁ ବୁଢ଼ୀ ଠାକୁରାଣୀଙ୍କ ଶାରଦୀୟ ୫୦ ତମ ଯାତ୍ରା ଉପଲକ୍ଷେ ବୁଧବାର ବିଳମ୍ବିତ ସନ୍ଧ୍ୟାରେ ପୂଜା କମିଟି ପକ୍ଷରୁ ଏକ ପ୍ରସ୍ତୁତି ବୈଠକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ରଘୁନାଥ ମନ୍ଦିର ମଣ୍ଡପ ପରିସରରେ ସହରର ବରିଷ୍ଠ ନାଗରିକ , ବୁଦ୍ଧିଜୀବି ଏବଂ ସହରବାସୀଙ୍କ ଉପସ୍ଥିତିରେ ମାଁ ଙ୍କ ଯାତ୍ରା କିପରି ପରିଚାଳିତ ହେବ , କାହାକୁ କେଉଁ ଦାୟିତ୍ଵ ତୁଲାଇବାକୁ ପଡ଼ିବ ତାହାକୁ ନେଇ ସବିଶେଷ ଆଲୋଚନା ହୋଇଥିଲା । ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଅଶ୍ବିନ ମାସ ମହା ସପ୍ତମୀରେ ଅସ୍ଥାୟୀ ମଣ୍ଡପକୁ ବିଜେ କରିଥାନ୍ତି । ତେବେ ଯାତ୍ରା ପୂର୍ବରୁ କେବେ ଶୁଭଖୁଣ୍ଟି ସ୍ଥାପନ କରାଯିବ ଏନେଇ ମଧ୍ୟ ଆଲୋଚନା କରାଯାଇଥିଲା । ପରିଶେଷରେ ଯାତ୍ରା କମିଟି ଚୟନ ପ୍ରକିୟା ହୋଇଥିଲେ ମଧ୍ୟ ସର୍ବସମ୍ମତିକ୍ରମେ କମିଟି ଚୟନ ବଳବତ୍ତର ରହିଥିବା ଜଣାପଡିଛି । ଏଥିରେ ସଭାପତି ଭାବେ ବିକାଶ ପଶୁପାଳକ , ଉପ ସଭାପତି ଏ . ସାକିଲି , ସଂପାଦକ ନୀଳମାଧବ ଗୈାଡ , ସହ ସଂପାଦକ ଆଶିଷ କୁମାର ପଟ୍ଟନାୟକ , କୋଷାଧ୍ୟକ୍ଷ ହିମାଂଶୁ ପାଣିଗ୍ରାହୀ , କେ . ରାଜେନ୍ଦ୍ର ରହିଥିବା ବେଳେ ଉପଦେଷ୍ଟା ଭାବେ କୁରେଶୁ ମହାରଣା , ଏ . ଗୋବିନ୍ଦ , ଶିବଶଙ୍କର ମହାଙ୍କୁଡ , ବିଚିତ୍ରାନନ୍ଦ ପଟ୍ଟନାୟକ , ପ୍ରଦୀପ କୁମାର ପଣ୍ଡା , ଦୁର୍ଗା ପ୍ରସାଦ ମେକାପ , କେ . କୁନା , ରବିନ୍ଦ୍ର ମାର୍ଥା ମନୋନୀତ ହୋଇଛନ୍ତି । ଏହି ପ୍ରସ୍ତୁତି ବୈଠକ ସମୟରେ ମନ୍ଦିର ସେବକ ଆଦିତ୍ୟ କୁମାର ପାତ୍ର ସମେତ ସହରବାସୀ ଉପସ୍ଥିତ ରହିଥିଲେ ।

ରିପୋର୍ଟ:କିରଣ ବେହେରା

LEAVE A REPLY

Please enter your comment!
Please enter your name here