ଯାତ୍ରୀବାହୀ ବସ୍ ଧକ୍କାରେ ଚାଲିଗଲା ବାଇକ୍ ଆରୋହୀଙ୍କ ଜୀବନ ; ଡ୍ରାଇଭର ଫେରାର

0
834

ଦିଗପହଣ୍ଡି – ବୁଧବାର ଅପରାହ୍ନରେ ଦିଗପହଣ୍ଡି ଥାନା ଏନ୍ଏସି ଚେକ୍ ଗେଟ୍ ନିକଟରେ ମହାଲକ୍ଷ୍ମୀ ନାମକ ଏକ ଯାତ୍ରୀବାହୀ ବସ୍ ଧକ୍କାରେ ଜଣେ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତକ ଜଣକ ହେଉଛନ୍ତି ମହେଶ୍ୱର ବାଡତ୍ୟା। ଖବରପ୍ରକାରେ , ସାନଖେମୁଣ୍ଡି ବ୍ଳକ ପାଟପୁର ଥାନା ଭାଲିଆଝୋଳ ଗ୍ରାମର ମହେଶ୍ବର ଦୀର୍ଘ ୫ ରୁ ୬ ହେଲା ଦିଗପହଣ୍ଡି ଷ୍ଟେଟ ବ୍ୟାଙ୍କ ନିକଟରେ ରହି ଆସୁଥିଲେ । ଅପରାହ୍ନ ସାଢେ ୪ ଘଣ୍ଟା ବାଇକ୍ ( ଓଡି ୦୭ ଏ ଏନ୍ ୬୩୭୧) ବ୍ରହ୍ମପୁର ରାସ୍ତାରେ ଯାଉଥିବା ସମୟରେ ବିପରୀତ ବ୍ରହ୍ମପୁରରୁ ବ୍ରାହ୍ମଣୀ ଗାଁ ଅଭିମୁଖେ ଦ୍ରୁତ ଗତିରେ ଆସୁଥିବା ମହାଲକ୍ଷ୍ମୀ ବସ୍ ( ଓ ଆର୍ ୦୭ ଡାବ୍ଲ୍ଯୁ ୪୮୦୫ ) ବାଇକକୁ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ଦିଗପହଣ୍ଡି ପୋଲିସ ପହଞ୍ଚି ମହେଶ୍ୱରଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ସହାୟତାରେ ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଇଥିଲେ । ତେବେ ଉପସ୍ଥିତ ଡାକ୍ତର ମୃତ ଘୋଷଣା କରିଥିଲେ । ତେବେ ଦିଗପହଣ୍ଡି ମେଡିକାଲ ପରିବାର ଲୋକଙ୍କ କ୍ରନ୍ଦନରେ ଫାଟି ପଡୁଥିବା ବେଳେ ପୈତୃକ ଗ୍ରାମରେ ଏକ ପ୍ରକାର ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା । ଅପରପକ୍ଷରେ ପୋଲିସ ମୃତଦେହକୁ ଜବତ କରି ତଦନ୍ତ ଚଳାଇଥିବା ବେଳେ ଗତକାଲି ଶବ ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ପଠାଯିବ ବୋଲି ଥାନା ଅଧିକାରୀ ଦିପ୍ତୀରଞ୍ଜନ ବେହେରା ସୂଚନା ଦେଇଛନ୍ତି । ତେବେ ବସ୍ ଚାଳକ ଘଟଣାସ୍ଥଳରୁ ଫେରାର ରହିଥିବା ବେଳେ ପୋଲିସ ଉଭୟ ଦୁର୍ଘଟଣାଗ୍ରସ୍ତ ଗାଡ଼ିକୁ ଜବତ କରି ଥାନାରେ ଅଟକ ରଖିଥିବା ଜଣାପଡିଛି । ଏହି ବିଦାରକ ଘଟଣା ସମୟରେ ଅଗ୍ନିଶମ ବିଭାଗ କାର୍ଯ୍ୟାଳୟକୁ ଅବଗତ କରାଇଥିଲେ ମଧ୍ୟ ଗାଡ଼ିରେ ରକ୍ତ ଲାଗିଯିବ କହି ଆସିନଥିବା ସାଧାରଣ ଲୋକଙ୍କୁ ଚକିତ କରିଥିବା ଜଣାପଡିଛି ।

ରିପୋର୍ଟ:କିରଣ ବେହେରା

LEAVE A REPLY

Please enter your comment!
Please enter your name here