ପୂଜ୍ୟ ପୂଜା ସମିତି ପକ୍ଷରୁ ବୀର ଚକରା ବିଶୋଇଙ୍କ ଜୟନ୍ତୀ ପାଳନ

0
123

ବ୍ରହ୍ମପୁର: ସହରର ଅଗ୍ରଣୀ ଅନୁଷ୍ଠାନ ପୂଜ୍ୟ ପୂଜା ସମିତି ପକ୍ଷରୁ ଆଜି ବିପ୍ଲବୀ ବୀର ଚକରା ବିଶୋଇଙ୍କ ୧୦୨ତମ ଜୟନ୍ତୀ ପାଳନ ହୋଇଯାଇଛି l ବୀର ଚକରା ବିଶୋଇଙ୍କ ଫୋଟଚିତ୍ରରେ ମାଲ୍ୟାର୍ପଣ କରି ସମିତି ସଭାପତି ବଂଶୀଧର ଭୂୟାଁଙ୍କ ଅଧ୍ୟକ୍ଷତାରେ ଏକ ସ୍ମରଣ ସଭା ଆୟୋଜିତ ହୋଇଥିଲା l ୧୮୨୩ ମସିହାରେ ଘୁମୁସର ର ଅତ୍ୟନ୍ତ ମଫସଲ ଇଲାକାରେ ଜନ୍ମ ଗ୍ରହଣ କରି ସୁଦ୍ଧା ବ୍ରିଟିଶ ସରକାର ଅନ୍ୟାୟ ଭାବେ ଲାଗୁ କରିଥିବା ବିଭିନ୍ନ ପ୍ରକାର ଟିକସକୁ ସେ ବିରୋଧ କରିବା ସହ କନ୍ଧ ଆଦିବାସୀ ମାନେ ବିଭିନ୍ନ ଅନ୍ଧ ବିଶ୍ୱାସ, କୁସଂସ୍କାର ଓ ମଦ୍ୟ ପାନରେ ବୁଢି ରହିବାକୁ ଖୁବ ସମାଲୋଚନା କରି ସ୍ୱାଧୀନତା ସଂଗ୍ରାମରେ ଝାସ ଦେବାକୁ ସବୁବେଳେ ସେ ପ୍ରବର୍ତ୍ତାଉଥିଲେ l ସମ୍ରାଜ୍ୟବାଦୀ ଶାସକ ବ୍ରିଟିଶ ସରକାର ବିରୁଦ୍ଧରେ ଘୁମୁସରର ବଣ ପାହାଡ଼ ଜଙ୍ଗଲରେ ଲୋକଙ୍କୁ ନେଇ ପ୍ରଜାମେଳି ଗଢି ତୋଳିଥିଲେ l ବ୍ରିଟିଶର ଗୁଳି ଗୋଳା ଭଳି କନ୍ଧ ଆଦିବାସୀଙ୍କ ପାଖରେ କୌଣସି ଆଧୁନିକ ଯୁଦ୍ଧlସ୍ତ୍ର ନଥିଲେ ବି ବୀର ଚକରା ବିଶୋଇଙ୍କ ନେତୃତ୍ୱରେ ବଣ ଜଙ୍ଗଲରେ ଲୁଚି ଲୁଚି ବ୍ରିଟିଶ ସରକାରକୁ ମୁକାବିଲା କରିଥିଲେ l ଶେଷ ପର୍ଯ୍ୟନ୍ତ ବିପ୍ଲବୀ ଚକରା ବିଶୋଇଙ୍କୁ ବ୍ରିଟିଶ ଧରିପାରିଲା ନାହିଁ l ଏଣୁ ତାଙ୍କ ବୀରତ୍ୱ ସବୁଦିନ ପାଇଁ ସ୍ମରଣୀୟ ହୋଇ ରହିବ l ଅନ୍ୟ ମାନଙ୍କ ମଧ୍ୟରେ ସମ୍ପାଦକ ଏସ.ସାମ୍ବାଶିବା ରାଓ, ମାନବ ଅଧିକାର ସୁରକ୍ଷା ମଞ୍ଚ ସଭାପତି ଗଗନ ଚନ୍ଦ୍ର ମଲ୍ଲିକ, ସୁବାଷ ଚନ୍ଦ୍ର ମିଶ୍ର, ଶ୍ୟାମ ସୁନ୍ଦର ଖାଡ଼ଙ୍ଗା, କବିରାଜ ସାହୁ, ଅବନୀ ଗୟା ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ l

LEAVE A REPLY

Please enter your comment!
Please enter your name here