ହରିଶ୍ଚନ୍ଦ୍ର ଯୋଜନାରେ ହିତାଧିକାରୀଙ୍କୁ ମିଳୁନି ସହାୟତା ରାଶି ; ବିଡ଼ିଓଙ୍କୁ ସାକ୍ଷାତ

0
196

ଦିଗପହଣ୍ଡି – ଦିଗପହଣ୍ଡି ବ୍ଳକ ଅନ୍ତର୍ଗତ ଆଙ୍କୋରଡା ଗ୍ରାମର ଦୁଇଟି ପରିବାରର ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଆଜି ଯାଏଁ ହରିଶ୍ଚନ୍ଦ୍ର ଯୋଜନାରେ ସେମାନଙ୍କ ପରିବାରକୁ ସହାୟତା ରାଶି ମିଳିନଥିବା ଅଭିଯୋଗ କରିଛନ୍ତି । ଏପରିକି ସେମାନେ ଦିଗପହଣ୍ଡି ଗୋଷ୍ଠୀ ଉନ୍ନୟନ ଅଧିକାରୀ ଡ . ଚିତ୍ତରଞ୍ଜନ ଦାସଙ୍କୁ ସାକ୍ଷାତ କରି ନିଜର ଦୁଃଖ ଜଣାଇଥିଲେ । ଖବରପ୍ରକାରେ , ଆଙ୍କୋରଡା ଗ୍ରାମର ସିମାଞ୍ଚଳ ପ୍ରଧାନଙ୍କ ସହଧର୍ମିଣୀ ସ୍ବର୍ଗତ ଉଲି ପ୍ରଧାନ ଗତ ନଭେମ୍ବର ୨ , ୨୦୨୨ ରେ ବିଲରୁ କାର୍ଯ୍ୟ ସାରି ଘରକୁ ଫେରିବା ପରେ ଅସୁସ୍ଥ ହେବାରୁ ବ୍ରହ୍ମପୁର ନେବାପରେ ସେଠାରେ ମୃତ୍ୟୁ ହୋଇଥିଲା । ସେହିପରି ଶିଶିର ସେଠୀ ଓ ମାମୀ ସେଠୀଙ୍କ ୫ ବର୍ଷର ପୁଅ ଆୟୁଷ୍ମାନ ସେଠୀଙ୍କ ଚଳିତ ବର୍ଷ ମାର୍ଚ୍ଚ ୭ ତାରିଖରେ ମୃତ୍ୟୁ ହୋଇଥିଲା । ତେବେ ବର୍ତ୍ତମାନ ସୁଦ୍ଧା ସେମାନଙ୍କ ଅନୁକମ୍ପା ରାଶିରୁ ବଞ୍ଚିତ ହୋଇ ଆସୁଛନ୍ତି । ଏନେଇ ସେମାନଙ୍କ ପରିବାର ଲୋକେ ସ୍ଥାନୀୟ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ନିକଟରେ ସମସ୍ତ ତଥ୍ୟ ପ୍ରଦାନ କରିଥିଲେ ମଧ୍ୟ କାର୍ଯ୍ୟରେ ଅବହେଳା କରି ସେଥିପ୍ରତି ଦୃଷ୍ଟି ଦେଉନଥିବା ପରିବାର ଲୋକେ ବିଡ଼ିଓଙ୍କ ନିକଟରେ ଅଭିଯୋଗ କରିଥିଲେ । ଏନେଇ ବିଡ଼ିଓ ଶ୍ରୀ ଦାସ ମୃତକଙ୍କ ପରିବାର ସଦସ୍ୟଙ୍କୁ ସେମାନଙ୍କ ପ୍ରାପ୍ୟ ରାଶି ଯଥାଶୀଘ୍ର ଯୋଗାଇ ଦେବାପାଇଁ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ତାଗିଦ୍ କରିଥିବା ଜଣାପଡିଛି ।

ରିପୋର୍ଟ:କିରଣ ବେହେରା

LEAVE A REPLY

Please enter your comment!
Please enter your name here