ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରରେ ସମ୍ଭାଗ ସ୍ତରୀୟ ସାଂସ୍କୃତିକ ମହୋତ୍ସବ ଅନୁଷ୍ଠିତ

0
284

ଦିଗପହଣ୍ଡି – ଦିଗପହଣ୍ଡି ସରସ୍ଵତୀ ନଗର ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ଶନିବାର ଦିନ ଦୁଇଦିନ ବ୍ୟାପୀ ଦକ୍ଷିଣ – ପୂର୍ବ ସମ୍ଭାଗ ସ୍ତରୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାମନ୍ଦିର ପ୍ରଧାନାଚାର୍ଯ୍ଯ ଷଷ୍ଠୀ ପ୍ରସାଦ ବିଷୋୟୀ ଓ ଭଗବତୀ ପ୍ରସାଦ ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନ ଏବଂ ବିଦ୍ୟାମନ୍ଦିର ପରିଚାଳନା କମିଟି ସଭାପତି ରାମଚନ୍ଦ୍ର ସାହୁଙ୍କ ସଭାପତିତ୍ବରେ ଆୟୋଜିତ ମହୋତ୍ସବର ଉଦଘାଟନୀ ସମାରୋହରେ ପାଟପୁର ବିଶ୍ୱାସରାୟ ବିଜ୍ଞାନ ମହାବିଦ୍ୟାଳୟ ଅଧ୍ୟାପକ କୈଳାସ ଚନ୍ଦ୍ର ସ୍ବାଇଁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦୀପ ପ୍ରଜ୍ବଳନ କରି ଉଦଘାଟନ କରିବା ସହ ସଂସ୍କୃତିକୁ ଉଜ୍ଜୀବିତ ରଖିବାରେ ଆଗାମୀ ପିଢ଼ିରେ ଛାତ୍ରଛାତ୍ରୀଙ୍କ ଭୂମିକା ବେଶ୍ ଗୁରୁତ୍ୱପୂର୍ଣ୍ଣ ରହିବ ବୋଲି ଆଲୋକପାତ କରିଥିଲେ । ସେହିପରି ସମ୍ଭାଗ ଜିଲ୍ଲା ପ୍ରମୁଖ ଉପେନ୍ଦ୍ର ପଣ୍ଡା ଅନ୍ୟତମ ଅତିଥି ରୂପେ ମଞ୍ଚାସୀନ ରହିଥିଲେ । ଏହି ପରିପ୍ରେକ୍ଷୀରେ ବହୁ କୁନି ଶିଶୁଙ୍କ ଠାରୁ ଛାତ୍ରଛାତ୍ରୀଙ୍କ ନିକଟରେ କଳା ପ୍ରତିଭା ଲୁଚି ରହିଥିଲେ ମଧ୍ୟ ତାହାକୁ ଲୋକଲୋଚନକୁ ଆଣିବା ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମ ଉଦ୍ଧିଷ୍ଟ କରାଯାଇଛି । ଲୋକନୃତ୍ୟ , ମୂର୍ତ୍ତି କଳା , କଥାକଥନ , ତତ୍କାଳିକ ଭାଷଣ , ପ୍ରଶ୍ନମଞ୍ଚ ପ୍ରମୁଖ ପ୍ରତିଯୋଗିତାରେ ଗଞ୍ଜାମ , ଗଜପତି ଓ ଫୁଲବାଣୀ ସମ୍ଭାଗ ବିଭାଗର ବିଭିନ୍ନ ବିଦ୍ୟାଳୟରୁ ଚତୁର୍ଥ ଶ୍ରେଣୀ ଠାରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ଶିଶୁବର୍ଗ , ବାଲବର୍ଗ , କିଶୋର ବର୍ଗ ଏବଂ ତରୁଣ ବର୍ଗରୁ ୩୦୦ ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିବା ବେଳେ ୬୦ ଜଣ ଗୁରୁଜୀ ଗୁରୁମା ଉପସ୍ଥିତ ରହିଥିଲେ । ସେହିପରି ଲେଖକ ପ୍ରକାଶ ପାଣିଗ୍ରାହୀ , ପିତବାସ ତ୍ରିପାଠୀ , ପ୍ରଧାନଶିକ୍ଷକ ଦିବ୍ୟସିଂହ ପାଠୀ , ଶିକ୍ଷକ ଗୋପାଳ ସାବତ , ରଘୁନାଥ ଦୋରା ଓ ଶ୍ରୀକାନ୍ତ ସାମନ୍ତରାୟ ପ୍ରମୁଖ ବିଚାରକଙ୍କ ଉପସ୍ଥିତିରେ ସମସ୍ତ ପ୍ରତିଯୋଗିତା କାର୍ଯ୍ୟକ୍ରମ ପରିଚାଳନା ହୋଇଥିଲା । ଫୁଲବାଣୀ ଓ ଗଞ୍ଜାମ ବିଭାଗ ନିରୀକ୍ଷକ ରଞ୍ଜନ ପ୍ରଧାନ ଏବଂ ସରୋଜ ପଟ୍ଟନାୟକଙ୍କ ମିଳିତ ସଂଯୋଜନାରେ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିବା ବେଳେ ବିଦ୍ଯାଳୟ କର୍ତ୍ତୃପକ୍ଷ ସମ୍ପୂର୍ଣ୍ଣ ସହଯୋଗ ପ୍ରଦାନ କରିଥିଲେ ।

ରିପୋର୍ଟ:କିରଣ ବେହେରା

LEAVE A REPLY

Please enter your comment!
Please enter your name here