ବଡମାଧପୁରରେ ୧୫୪ଜଣ ନୂତନ ହିତାଧିକାରୀଙ୍କୁ ମଧୁବାବୁ ପେନସନ ଯୋଜନାରେ ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ

0
163

ଛତ୍ରପୁର : ଛତ୍ରପୁର ବ୍ଲକ ଅନ୍ତର୍ଗତ ବଡମାଧପୁର ପଞ୍ଚାୟତର କଲ୍ୟାଣ ମଣ୍ଡପ ଠାରେ ମଧୁବାବୁ ପେନସନ ଯୋଜନାରେ ୧୫୪ଜଣ ନୂତନ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ଉପବାଚସ୍ପତି ତଥା କୃଷି ଓ କୃଷକ ସଶକ୍ତିକରଣର ଉପଦେଷ୍ଟା ରାମଚନ୍ଦ୍ର ପଣ୍ଡା, ସମ୍ମାନିତ ଅତିଥି ଭାବେ ଛତ୍ରପୁର ବ୍ଲକ ଅଧ୍ୟକ୍ଷା କିରଣ କୁମାରୀ ଦାସ, ଉପାଧ୍ୟକ୍ଷା ସାଡି ଶାରଦା ରେଡ୍ଡୀ, ବଡମାଧପୁର ସରପଞ୍ଚ ଅର୍ଚ୍ଚନା କୁମାରୀ ସେଠୀ, ଗଞ୍ଜାମ ବିଜେଡି ଜିଲ୍ଲା ଉପସଭାପତି ଶଙ୍କର ପ୍ରସାଦ ଦାଶ, ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ମୁନା ଦାସ ଓ ଏସ କିଶୋର ଚନ୍ଦ୍ର ରେଡ୍ଡୀ, ଶ୍ରୀରାମଚନ୍ଦ୍ରପୁର ସରପଞ୍ଚ ଏସ୍.ସଞ୍ଜିବ୍ ରେଡ୍ଡୀ, ଚମାଖଣ୍ଡି ସରପଞ୍ଚ ସିଏଚ୍ ମନୋଜ ରେଡ୍ଡୀ, ଦିଲେଶ୍ୱର ରେଡ୍ଡୀ , ସୁନ୍ଦରପୁର ସରପଞ୍ଚ ଗଗନ ବେହେରା, ଆର୍ଯ୍ୟପଲ୍ଲି ସରପଞ୍ଚ ତ୍ରିଲୋଚନ ବେହେରା, ପୋଟଲାମପୁର ସରପଞ୍ଚ ନିରଞ୍ଜନ ପ୍ରଧାନ, ମହାନାଦପୁର ସମିତି ସଭ୍ୟା ସୁନିତା ବେହେରା, ପୂର୍ବତନ ସମିତି ସଭ୍ୟ ଅଶୋକ ପାଣିଗ୍ରାହୀ, ବଉଳଗାଁ ସମିତି ସଭ୍ୟ ରାମଚନ୍ଦ୍ର ପରିଡ଼ା, ଭିକାରୀପଲ୍ଲିର କେ. ମୁନା ପାତ୍ର, ଯୁବ ନେତା ବାପି ଦାସ, ପୂର୍ବତନ ସାଂସଦ ପ୍ରତିନିଧି ମହେଶ୍ୱର ପ୍ରଧାନ, ଯୁବ ନେତା ଶିବ ଶଙ୍କର ସେଠୀ, ନରେନ୍ଦ୍ରପୁରର ଅଲିଅଳ ସେନାପତି, ବିଜୟ ପଣ୍ଡା, ଆର୍ଯ୍ୟପଲ୍ଲି ପୂର୍ବତନ ସମିତି ସଭ୍ୟ ପି. ଭିମା, ନାଏବ ସରପଞ୍ଚ ସରଞ୍ଜିତା ପରିଡ଼ା ପ୍ରମୁଖ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ବ, ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ଓ ବିକାଶମୂଳକ କାର୍ଯ୍ୟ ଉପରେ ଆଲୋକପାତ କରିଥିଲେ। ପରେ ମଧୁବାବୁ ପେନସନ ଯୋଜନାରେ ସାମିଲ ହୋଇଥିବା ନୂତନ ଭାବେ ୧୫୪ଜଣ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ ଅତିଥି ମାନଙ୍କ ଦ୍ୱାରା କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ଏସ କିଶୋର ଚନ୍ଦ୍ର ରେଡ୍ଡୀ ସଂଯୋଜନା କରିଥିବା ବେଳେ ୱାର୍ଡ ସଭ୍ୟ କେ ବିଜୟ ରେଡ୍ଡୀ, ଏସ୍ ସହଦେବ ରେଡ୍ଡୀ, ରାଜଲକ୍ଷ୍ମୀ ରାଉଳ, ଶିବରାମ ସାହୁ, ଗାନ୍ଧି ବେହେରା, ମୁନା ଖୁଣ୍ଟିଆ, ଆର ସହଦେବ ରେଡ୍ଡୀ, ସୁଦାମ ରାଉଳ, ତୋଫାନ ପରିଡ଼ା, ମହିଳା ସଂଘର ସଭାପତି, ସମ୍ପାଦକ, ଏମବିକେ, ସମସ୍ତ ସିଆରପି ଓ ଅନ୍ୟମାନେ ଉପସ୍ଥିତ ରହି ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here