ଜାମପଲି ଝାଙ୍କରେଇ ରାମଚଣ୍ଡୀ ମନ୍ଦିର ପୂଜକ ଅଟକ

0
336

ଭଞ୍ଜନଗର(ନ୍ୟୁଜଏକ୍ସଟ୍ରା/ନିଲୁ ବିଶୋଇ): କୋରନା ପାଇଁ ସରକାର ଦେଶର ଲକ୍ ଡାଉନ ଘୋଷଣା କରିଛନ୍ତି। ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ସମସ୍ତ ଧାର୍ମିକ ଅନୁଷ୍ଠାନ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆ ଯାଇଥିବା ବେଳେ ଏହି ନିୟମକୁ ନମାନି ଆଜି ଭଞ୍ଜନଗର ସ୍ଥିତ ବେଲଗୁଣ୍ଠା ରୋଡ଼ ରେ ଥିବା ଜାମପଲି ଝାଙ୍କରେଇ ରାମଚଣ୍ଡୀ ମନ୍ଦିରରେ କିଛି ଭକ୍ତଙ୍କ ଉପସ୍ଥିତି ରେ ପୂଜକ ପୂଜାର୍ଚ୍ଚନା କରୁଥିବା ବେଳେ ହାଠାତ କୋଣସି ସୂତ୍ରରୁ ଖବର ପାଇ ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ ଓ ଉପଖଣ୍ଡ ପଞ୍ଚାୟତ ଅଧିକାରୀ ପ୍ରହଲ୍ଲାଦ ପ୍ରଧାନ ସେଠାରେ ପହଞ୍ଚି ମନ୍ଦିର ପୂଜକ କୁ ଅଟକ ରଖି ପୋଲିସ ରେ ଜିମା ଦେଇଥିବା ସୂଚନା ମିଳିଛି। ସେହିପରି ଉପଜିଲ୍ଲାପାଳ ଆଜି ବିଭିନ୍ନ ସ୍ଥାନରେ ଚେକିଂ କରି ୧୬୦୦ ହଜାର ୨୦୦ଟଙ୍କା ଆଦାୟ କରିଛନ୍ତି। ତତ୍ ସହ କୋରନା କୁ ନେଇ ଆଜି ଅପରାହ୍ନରେ ଏକ ଉପଜିଲ୍ଲାପାଳ କାଯ୍ୟାଳୟ ରେ ବିଭିନ୍ନ ପଦାଧିକାରୀ ଙ୍କୁ ନେଇ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା।

LEAVE A REPLY

Please enter your comment!
Please enter your name here