ଶିକ୍ଷା ସଚେତନତା ରଥକୁ ସମ୍ବର୍ଦ୍ଧନା ; ସବୁଜ ପତାକା ଦେଖାଇ ଶୁଭାରମ୍ଭ କଲେ ବିଡ଼ିଓ

0
296

ଦିଗପହଣ୍ଡି – ଦିଗପହଣ୍ଡି ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ତରଫରୁ ମଙ୍ଗଳବାର ଦିନ ସଜ୍ଜିତ ହୋଇଥିବା ଶିକ୍ଷା ସଚେତନତା ରଥକୁ ବ୍ଳକର ବିଭିନ୍ନ ଶିକ୍ଷାନୁଷ୍ଠାନ ମାନଙ୍କରେ ଛାତ୍ରଛାତ୍ରୀଙ୍କ ଦ୍ବାରା ସମ୍ବର୍ଦ୍ଧନା ଦିଆଯାଇଥିଲା । ଗୋଷ୍ଠୀ ଶିକ୍ଷାଧିକାରୀ କୋରେଶୁ ସେଠୀଙ୍କ ସଂଯୋଜନା ଏବଂ ସମଗ୍ର ଶିକ୍ଷା ଆନୁକୂଲ୍ୟରେ ଆୟୋଜିତ ସଚେତନତା ରଥକୁ ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଡ . ଚିତ୍ତରଞ୍ଜନ ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସବୁଜ ପତାକା ଦେଖାଇ ଏହାର ଶୁଭାରମ୍ଭ କରିଥିଲେ । ଏହି ସଚେତନତା ରଥ ପ୍ରଥମେ ଦିଗପହଣ୍ଡି ବଡଖେମୁଣ୍ଡି ହାଇସ୍କୁଲ ପରିସରରୁ ବାହାରି ଦିଗପହଣ୍ଡି ଏନ୍ ଏସି ଓ ବ୍ଳକ ଅଧିନସ୍ଥ ୨୫ ଗୋଟି ପଞ୍ଚାୟତର ୧୬ ଗୋଟି କ୍ଳଷ୍ଟରରେ ରହିଥିବା ୧୯୮ ଗୋଟି ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପହଞ୍ଚିବା ପରେ ବିଦ୍ୟାଳୟ ପ୍ରଧାନ ଶିକ୍ଷକଙ୍କ ନେତୃତ୍ୱରେ ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ମାନେ ସଚେତନତା ରଥକୁ ସମ୍ବର୍ଦ୍ଧନା ଜଣାଇଥିଲେ । ଏହି ପରିପ୍ରେକ୍ଷୀରେ ୬ ରୁ ୧୪ ବର୍ଷ ବୟସ ଛାତ୍ରଛାତ୍ରୀ ମାନେ ଯେପରି ପାଠ ପଢାରୁ ବଞ୍ଚିତ ନ ହୋଇପାରିବେ , ଛାତ୍ରଛାତ୍ରୀ ମାନେ ବିଦ୍ଯାଳୟକୁ ଆଗମନ ନେଇ ସେମାନଙ୍କୁ ଉତ୍ସାହିତ କରିବା , ସମସ୍ତ ଶିକ୍ଷାଦାନର ସୁବିଧା , ଜାତୀୟ ଶିକ୍ଷାନୀତି ୨୦-୨୦ ଅନୁସାରେ ଭାଷାଜ୍ଞାନ ଓ ସଂଖ୍ୟା ଜ୍ଞାନରେ ଜଡ଼ିତ ହୋଇ ପିଲାମାନେ ପାଠ ପଢିବେ , ବଢିବେ ଓ ଗଢିବେ ନେଇ ଛାତ୍ରଛାତ୍ରୀଙ୍କ ସ୍ଳୋଗାନ ମାଧ୍ୟମରେ ଗ୍ରାମ ପରିକ୍ରମା କରାଯାଇ ସଚେତନତା କରାଯାଇଥିଲା । ଏହି ସଚେତନତା ରଥ ସମ୍ବର୍ଦ୍ଧନା ସମୟରେ ସହକାରୀ ଶିକ୍ଷାଧିକାରୀ ବାଲା ମାଝୀ , ଏବିଇଓ ରସାନନ୍ଦ ଘଡେଇ , ବିଶ୍ରବା ପାଇକ , ବଡଖେମୁଣ୍ଡି ହାଇସ୍କୁଲ ପ୍ରଧାନଶିକ୍ଷକ କରା ପ୍ରସାଦ ଦାସ , ଗୋଷ୍ଠୀ ସମ୍ବଳ ଶିକ୍ଷକ ସୁଶାନ୍ତ କୁମାର ପ୍ରଧାନ , ସିଆରସିସି ଅନିଲ କୁମାର ଦାସ ଉପସ୍ଥିତ ରହିଥିବା ବେଳେ ସହକାରୀ ଶିକ୍ଷକ ପ୍ରଦୀପ କୁମାର ମହାପାତ୍ର , ନରସିଂହ ପାଠୀ ସମେତ ସମସ୍ତ ସିଆରସିସି , ପ୍ରଧାନଶିକ୍ଷକ, ଶିକ୍ଷୟିତ୍ରୀ ଉପସ୍ଥିତ ରହି ସହଯୋଗ ପ୍ରଦାନ କରିଥିଲେ ।

ରିପୋର୍ଟ:କିରଣ ବେହେରା

LEAVE A REPLY

Please enter your comment!
Please enter your name here