ପଂଚାୟତ ସ୍ତରୀୟ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ।

0
736

ବରୀ (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ବରୀ ବ୍ଲକ ରେ ଶୁଭଶ୍ରୀ ତ୍ରିପାଠୀ ନୁତନ ବିଡିଓ ଭାବେ ଯୋଗ ଦେବା ପରେ ଅଭିଯୋଗ ଶୁଣାଣୀ ଶିବିର ଏଥର ପଞ୍ଚାୟତ ସ୍ତରୀୟ ହେବା ମତି ଦେବା ପରେ ତାହା ସେ କାର୍ଯ୍ୟ ରେ କରି ଦେଖାଇଛନ୍ତି , ଯାହା ପାଇଁ ସାଧାରଣରେ ବିଡିଓ ଙ୍କ ଏଭଳି ପଦକ୍ଷେପ ପାଇଁ ବହୁ ହିତାଧିକାରୀ ସନ୍ତୋଷ ପ୍ରକଟ କରିଛନ୍ତି । ଆଜି ପଞ୍ଚାୟତ ସ୍ତରୀୟ ଶିବିର ମାଧ୍ୟମରେ ବରୀ ବ୍ଲକ ବାଈଁଶିରିଆ, କିମ୍ବିରିଆପାଳ, ଅଟିରା ପଞ୍ଚାୟତ ପାଇଁ ବାଈଁଶିରିଆ ପଞ୍ଚାୟତ ରାଜୀବଗାନ୍ଧୀ ସେବା କେଂଦ୍ର ପରିସରରେ ବରୀ ବିଡିଓଙ୍କ ଉପସ୍ଥିତ ରେ ଜନଶୁଣାଣୀ ଅଭିଯୋଗ ଶିବିର ଅନୁଷ୍ଠିତ ହୋଇଯାଇଛି ।ବରୀ ବିଡିଓଙ୍କ ସୁଚନା ଅନୁଯାୟୀ ଉକ୍ତ ଶିବିର ରେ ତିନି ପଞ୍ଚାୟତ ରୁ ବହୁ ଲୋକ ବାର୍ଦ୍ଧକ୍ୟ, ବିକଳାଙ୍ଗ, ବିଧବା ଭତା ପାଇଁ ମଧୁବାବୁ ପେନସନ ଯୋଜନା ମାଧ୍ୟମରେ ଆବେଦନ କରିଛନ୍ତି । ବ୍ଲକ ଅଫିସ ରେ ତର୍ଜମା କରିବା ପରେ ସେମାନଙ୍କୁ ତୁରନ୍ତ ଉକ୍ତ ଯୋଜନା ଅନୁଯାୟୀ ପ୍ରଦାନ କରାଯିବ ବୋଲି ସେ ସୁଚନା ଦେଇଛନ୍ତି ।ଅପରପକ୍ଷରେ ବାଈଁଶିରିଆ ପଞ୍ଚାୟତ , କିମ୍ବିରିଆପାଳ ପଞ୍ଚାୟତ ଅଟିରା ପଞ୍ଚାୟତ ର ବହୁ ହିତାଧିକାରୀ ଙ୍କ ଭିଡ ଯୋଗୁ ଁ ଲୋକମାନଙ୍କ ମଧ୍ୟରେ ଜୋରଦାର ଝଗଡ଼ା କୁ ଅଟିରା ସରପଂଚ ପ୍ରତିନିଧି ନରହରି ପରିଡା , ବାଈଁଶିରିଆ ସରପଂଚ ପ୍ରତିନିଧି ବାସୁଦେବ ସାହୁ ଲୋକକୁଂ ବୁଝାସୁଝା କରି ଧାଡିରେ ଆସି ଅଭିଯୋଗ ଜଣାଇବାକୁ ଜଣାଇଥିଲେ । ବରୀ ବିଡିଓଙ୍କ ସମସ୍ତ କଂ ଅଭିଯୋଗ ଶୁଣିବା ପ୍ରତିଶ୍ରୁତି ଦେଇଥିଲେ ।

LEAVE A REPLY

Please enter your comment!
Please enter your name here