ବ୍ରହ୍ମପୁର: ଟ୍ୟୁସନରୁ ଫେରିବା ବାଟରୁ ଛାତ୍ରଙ୍କୁ ନିଶା ଦେଇ ଅପହରଣ ଉଦ୍ୟମ ବିଫଳ, ଗୁରୁତର ଛାତ୍ର ଡାକ୍ତରଖାନାରେ ଭର୍ତ୍ତି।

0
1229

ବ୍ରହ୍ମପୁର,୨୭/୭(ନ୍ୟୁଜ ଏକ୍ସଟ୍ରା ବ୍ୟୁରୋ):ଶନିବାର ସନ୍ଧ୍ୟାରେ ବ୍ରହ୍ମପୁର ବୈଦ୍ୟନାଥପୁର ଥାନା ଇଲାକାରେ ଜଣେ ଛାତ୍ର ଟ୍ୟୁସନରୁ ଘରକୁ ଫେରୁଥିବା ସମୟରେ ତାଙ୍କୁ ନିଶା ଦେଇ ଅପହରଣ ଉଦ୍ୟମ ହୋଇଥିଲା। ଦୁଇଜଣ ଯୁବକ ପଛପଟୁ ଆସି ଛାତ୍ର ସ୍ୱପ୍ନିଲକୁ କିଛି ନିଶା ପାନୀୟ ପିଆଇଦେଇ ସାଙ୍ଗରେ ବଳପୂର୍ବକ ନେଇଯାଉଥିଲେ। ଛାତ୍ର ଜଣକ ପାଟି କରିବା ପରେ ସ୍ଥାନୀୟ ଲୋକେ ଆସିବା ଭୟରେ ଯୁବକ ଦ୍ବୟ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ପରେ ଖବର ପାଇ ସ୍ୱପ୍ନିଲଙ୍କ ପରିବାର ଲୋକେ ଗୁରୁତର ଅବସ୍ଥାରେ ତାଙ୍କୁ ଏମ୍ କେ ସି ଜି ମେଡିକାଲକୁ ନେଇଥିଲେ। ସ୍ୱପ୍ନିଲଙ୍କ ସ୍ୱାସ୍ଥ୍ୟ ବସ୍ଥା ଠିକ ଥିବା ଡାକ୍ତର କହିଛନ୍ତି। ତେବେ ସ୍ୱପ୍ନିଲଙ୍କୁ କିଏ ଏବଂ କାହିଁକି ଅପହରଣ କରିବାକୁ ଚାହିଁଲା ସେ ନେଇ ପୋଲିସର ତଦନ୍ତ ଆରମ୍ଭ ହୋଇଛି। ସ୍ୱପ୍ନିଲଙ୍କ ପରିବାର ଲୋକେ ଘଟଣାକୁ ନେଇ ଭୟଭୀତ ହୋଇଯାଇଛନ୍ତି।

LEAVE A REPLY

Please enter your comment!
Please enter your name here