ପାଞ୍ଚ ମୃତକଙ୍କ ପରିବାରକୁ ସମବେଦନା ଜଣାଇଲେ ବିଧାୟକ ଶ୍ରୀକାନ୍ତ ସାହୁ

0
164

ପୋଲସରା :ତୃଣମୂଳ ସ୍ତରରୁ ରାଜନୈତିକ ଜୀବନ ଆରମ୍ଭ କରି ବିଧାୟକ ଓ ମନ୍ତ୍ରୀ ପଦବୀ ପର୍ଯ୍ୟନ୍ତ ଯାଇଛନ୍ତି ପୋଲସରା ନିର୍ବାଚନ ମଣ୍ଡଳୀ ବିଧାୟକ ଶ୍ରୀକାନ୍ତ ସାହୁ। ସରପଞ୍ଚ ଥିବା ବେଳେ ଯେପରି ଲୋକଙ୍କ ସୁଖ ଓ ଦୁଃଖର ସାଥି ଥିଲେ ବର୍ତ୍ତମାନ ସେ ବିଧାୟକ ଓ ମନ୍ତ୍ରୀ ଥିବା ସମୟରେ ମଧ୍ୟ ତାହା ଭୁଲି ନାହାଁନ୍ତି। ପୋଲସରା ବ୍ଲକ୍ ଅନ୍ତର୍ଗତ ଜକର ଗ୍ରାମର ଜୟସେନ ସାମନ୍ତରା (୩୮) ଆକସ୍ମିକ ମୃତ୍ୟୁ ବରଣ କରିଥିଲେ। ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ଖବର ପାଇ ମୃତକଙ୍କ ବାସଭବନକୁ ଅଗଷ୍ଟ ୮ ତାରିଖ ଦିନ ଯାଇ ଶୋକ ସଂତପ୍ତ ପରିବାରକୁ ଭେଟି ସମବେଦନା ଜଣାଇବା ସହ ବ୍ୟକ୍ତିଗତ ଭାବେ ଆର୍ଥିକ ସହାୟତା ପ୍ରଦାନ କରିଥିଲେ। ଏହି ଅବସରରେ ଗ୍ରାମର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ବିଷୟରେ ଲୋକମାନଙ୍କ ସହ ମଧ୍ୟ ଆଲୋଚନା କରିଥିଲେ। ସେହିପରି ପୋଲସରା ବ୍ଲକ୍ ଅନ୍ତର୍ଗତ ବର୍ତ୍ତିନୀ ଗ୍ରାମର ମଧୁ ବେହେରା (୨୮) ଆକସ୍ମିକ ମୃତ୍ୟୁ ବରଣ କରିଥିଲେ। ବିଧାୟକ ଶ୍ରୀକାନ୍ତ ସାହୁ ମୃତକଙ୍କ ବାସଭବନକୁ ଅଗଷ୍ଟ ୮ ତାରିଖ ଦିନ ଯାଇ ଶୋକ ସଂତପ୍ତ ପରିବାରକୁ ଭେଟି ସମବେଦନା ଜଣାଇବା ସହ ଆର୍ଥିକ ସହାୟତା ପ୍ରଦାନ କରିଥିଲେ। ଏଥିସହ ଗ୍ରାମର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ବିଷୟରେ ଲୋକମାନଙ୍କ ସହ ଆଲୋଚନା କରିଥିଲେ। ବୁଗୁଡ଼ା ବ୍ଲକ୍ ଅନ୍ତର୍ଗତ କନ୍ଧଚନ୍ଦନପେଢ଼ୀ ଗ୍ରାମର ବନିତା ନାୟକ ( ୩୦) ବିଦ୍ୟୁତ୍ ଆଘାତରେ ମୃତ୍ୟୁ ବରଣ କରିଥିଲେ। ବିଧାୟକ ଶ୍ରୀକାନ୍ତ ସାହୁ ମୃତକଙ୍କ ବାସଭବନକୁ ଅଗଷ୍ଟ ୯ ତାରିଖ ଦିନ ଯାଇ ଶୋକ ସଂତପ୍ତ ପରିବାରକୁ ଭେଟି ସମବେଦନା ଜଣାଇବା ସହ ଆର୍ଥିକ ସହାୟତା ପ୍ରଦାନ କରିଥିଲେ। ସେହିପରି ବୁଗୁଡ଼ା ବ୍ଲକ୍ ଅନ୍ତର୍ଗତ ଅନ୍ତରପଡ଼ା ଗ୍ରାମର ସନ୍ତୋଷ ଡାକୁଆ (୪୫) ଆକସ୍ମିକ ମୃତ୍ୟୁ ବରଣ କରିଥିଲେ। ବିଧାୟକ ପୋଲସରା ଶ୍ରୀକାନ୍ତ ସାହୁ ମୃତକଙ୍କ ବାସଭବନକୁ ଅଗଷ୍ଟ ୯ ତାରିଖ ଦିନ ଯାଇ ଶୋକ ସଂତପ୍ତ ପରିବାରକୁ ଭେଟି ସମବେଦନା ଜଣାଇବା ସହ ଆର୍ଥିକ ସହାୟତା ପ୍ରଦାନ କରିଥିଲେ। ପୋଲସରା ବ୍ଲକ୍ ଅନ୍ତର୍ଗତ ଗୋଠଳି ଗ୍ରାମର ସୁରେନ୍ଦ୍ର ପ୍ରଧାନ (୫୨) ସୁରଥରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିବା ସମୟରେ ଆକସ୍ମିକ ମୃତ୍ୟୁ ବରଣ କରିଛନ୍ତି। ବିଧାୟକ ଶ୍ରୀକାନ୍ତ ସାହୁ ମୃତକଙ୍କ ବାସଭବନ କୁ ଅଗଷ୍ଟ ୧୦ ତାରିଖ ଦିନ ଯାଇ ଶୋକ ସଂତପ୍ତ ପରିବାରକୁ ଭେଟି ସମବେଦନା ଜଣାଇବା ସହ ଆର୍ଥିକ ସହାୟତା ପ୍ରଦାନ କରିଥିଲେ। ବିଧାୟକଙ୍କ ସହ ବ୍ଲକ ଅଧ୍ୟକ୍ଷାଙ୍କ ପ୍ରତିନିଧି କେ.ନୀଳମାଧବ ଆଚାରୀ, ଉପାଧ୍ୟକ୍ଷ ମାନସ ରଞ୍ଜନ ପ୍ରଧାନ, ବୁଗୁଡା ଏନଏସି ଅଧ୍ୟକ୍ଷ ଚିତ୍ରସେନ ପ୍ରଧାନ, ନରେନ୍ଦ୍ର ଦେବତାଙ୍କ ସମେତ ସ୍ଥାନୀୟ ଲୋକପ୍ରତିନିଧି ଓ ଗ୍ରାମବାସୀ ଉପସ୍ଥିତ ଥିଲେ।

ରିପୋର୍ଟ:ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here