ବସ୍ତି ବାସିନ୍ଦା ସଂଘ କର୍ମକର୍ତ୍ତା ମାନଙ୍କ ଦକ୍ଷତା ବୃଦ୍ଧି ଉପରେ ଦୁଇ ଦିନିଆ ତାଲିମ ଶିବିର

0
150

ଛତ୍ରପୁର : ସ୍ଥାନୀୟ ଜଉଗଡ ସମ୍ମିଳନୀ କକ୍ଷ ଠାରେ ବସ୍ତି ବାସିନ୍ଦା ସଂଘ (ଏସଡିଏ) ମାନଙ୍କ ଦକ୍ଷତା ବୃଦ୍ଧି ଉପରେ ଦୁଇ ଦିନିଆ ତାଲିମ ଶିବିର ଗୁରୁବାର ଉଦଘାଟିତ ହୋଇଯାଇଛି । ପ୍ରଥମ ଦିନରେ ଗଂଜାମ , ଗଜପତି ଓ କନ୍ଧମାଳ ଜିଲ୍ଲାର କାସିନଗର, ପାରଳାଖେମୁଣ୍ଡି, ଫୁଲବାଣୀ , ବାଲିଗୁଡା , ଜି. ଉଦୟଗିରି , ବୁଗୁଡା. ଭଂଜନନଗର , ବେଲଗୁଣ୍ଠା ସୋରଡା ଓ ଛତ୍ରପୁର ଏନଏସିର ବସ୍ତି ବାସିନ୍ଦା ସଂଘର ସଭାନେତ୍ରୀ , ସମ୍ପାଦିକା ଓ କୋଷାଧ୍ୟକ୍ଷ ମାନଙ୍କୁ ନେଇ ତାଲିମ ପ୍ରଦାନ କରାଯାଇଥିଲ।। ଏହି ଶିବିରରେ ଗଂଜାମ ଜିଲ୍ଲା ନଗର ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ନୀଳମାଧବ ଭୋଇ, ଛତ୍ରପୁର ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ସମ୍ବିତ୍ ସଂଗ୍ରାମଜିତ୍ ସାହୁ , ଜାଗା ମିଶନର ଆଡଭାଇଜର ଶ୍ୱାସତି ମିଶ୍ର, ଜାଗା ମିଶନର ଆଲୋକ ସାମନ୍ତରାୟ ଓ ଜନାଗ୍ରହ (ଜାଗାମିଶନ) ର ଟିମ୍ ଉପସ୍ଥିତ ରହି ଦିନତମାମ ତାଲିମ ପ୍ରଦାନ କରିଥିଲେ । ବସ୍ତି ଗୁଡିକରେ ପକ୍କା ରାସ୍ତା, ଆଲକୀକରଣ, ଟଏଲେଟ , ପିଲାଙ୍କ ଖେଳ ସାମଗ୍ରୀ , ଖୋଲା ସ୍ଥାନର ଉନ୍ନତୀ କରଣ , ପରିଚୟ ଗୃହ , ବିଦ୍ୟୁତ୍ ଓ ଡ୍ରେନେଜ ସମେତ ୯ଟି ପାରାମିଟ୍ ପାର ହୋଇଥିବା ଅଂଚଳ କୁ ବିଜୁ ଆଦର୍ଶ କଲୋନୀ କୁହାଯାଏ , ବିଜୁ ଆଦର୍ଶ କଲୋନୀକୁ ଏସଡିଏ ସୁ -ପରିଚାଳନା କରିବେ । ଏସଡିଏ କିପରୀ ରେଜିଷ୍ଟର କରିବା, ମାସିକ ବୈଠକ ଆୟୋଜନ କରିବା, ଏସଡିଏ ର ରକ୍ଷଣାବେକ୍ଷଣା କରିବା, ବିଜୁ ଆଦର୍ଶ କଲୋନୀରେ ବ୍ୟବହାରକାରୀ ହାର ସଂଗ୍ରହ , ବିଜୁ ଆଦର୍ଶ କଲୋନୀ ପରିଚାଳନାରେ ସମ୍ପତ୍ତିର ରକ୍ଷଣାବେକ୍ଷଣ ସମେତ ବିଭିନ୍ନ ବିଷୟରେ ତାଲିମ ପ୍ରଦାନ କରଯାଇଥିଲ।। ଗଂଜାମ ଜିଲ୍ଲାର ଆସିକା ଓ ଖଲିକୋଟ ଏନଏସି ବାଦ୍ ଦେଲେ ଆଉ ବଳକା ଏନଏସିରେ ବସ୍ତି ବାସିନ୍ଦା ଅଂଚଳକୁ ବିଜୁ ଆଦର୍ଶ କଲୋନୀ ଗଠନ କରାଯାଇଛି ।

LEAVE A REPLY

Please enter your comment!
Please enter your name here