ବୁରୁଝରୀ ପଞ୍ଚାୟତରେ ମନମୁଖୀ କାର୍ଯ୍ୟକଳାପ ନେଇ ପ୍ରବାସୀଙ୍କ ପଞ୍ଚାୟତ କାର୍ଯ୍ୟାଳୟ ଘେରାଉ

0
328

ବେଗୁନିଆପଡା(ଭଞ୍ଜ କିଶୋର ମହାରଣା) ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ ବୁରୁଝୁରୀ ପଞ୍ଚାୟତରେ ପ୍ରବାସୀଙ୍କୁ ସରକାରଙ୍କ ଘୋଷିତ ଅର୍ଥ ଏଯାଏଁ ମିଳିନି l ଏହାକୁ ନେଇ ଗତକାଲି ସରକାରୀ ସ୍ତରରେ ସମସ୍ତଙ୍କୁ ଅର୍ଥ ପ୍ରଦାନ କରାଯାଇସାରିଥିବା ପ୍ରକାଶ ପାଇଥିବା ଶୁଣି ବୁରୁଝୁରୀ ପଞ୍ଚାୟତର ପ୍ରବାସୀ ମାନେ କାର୍ଯ୍ୟାଳୟକୁ ଯାଇ ଅର୍ଥ କାହିଁକି ଦିଆଯାଉନି ବୋଲି ପ୍ରଶ୍ନ କରିଥିଲେ l ପଞ୍ଚାୟତରୁ କୌଣସି ସନ୍ତୋଷଜନକ ଉତ୍ତର ନମିଳିବାରୁ ଉତକ୍ଷିପ୍ତ ହୋଇ ଘେରାଉ କରିବା ସହ ରାଜରାସ୍ତା ଅବରୋଧ କରିବାକୁ ପ୍ରସ୍ତୁତ ହେଉଥିଲେ l ଖବର ପାଇଁ ବେଗୁନିଆପଡା ପୁଲିସ ଘଟଣାସ୍ଥଳରେ ପହଂଚି ଲୋକଙ୍କୁ ବୁଝାସୁଝା କରିବା ପରେ ପ୍ରବାସୀମାନେ ଶାନ୍ତ ପଡ଼ିଥିଲେ l 

LEAVE A REPLY

Please enter your comment!
Please enter your name here