ଚିକିତ୍ସାରେ ଅର୍ଥ ବାଧକ, ଦିନ ଗଣୁଛନ୍ତି ଯକ୍ଷ୍ମା ପୀଡିତ ନାରାୟଣ l

0
704

ବେଗୁନିଆପଡା(ନ୍ୟୁଜଏକ୍ସ ଟ୍ରା ବ୍ୟୁରୋ):ସ୍ୱାସ୍ଥ୍ୟଗତ ଅସୁବିଧା ପାଇଁ ରାଜ୍ୟ ସରକାର କେତେ କଣ ଯୋଜନା କରୁଛନ୍ତି । କିନ୍ତୁ ବାସ୍ତବ କ୍ଷେତ୍ରରେ ଅନେକ ହିତାଧିକାରୀ ଏହି ଯୋଜନାରୁ ବଞ୍ଚିତ ହେଉଛନ୍ତି l ଲୋକେ ଉପଯୁକ୍ତ ଚିକିତ୍ସା ସେବା ପାଉନାହାଁନ୍ତି । ଏହାର ପ୍ରମୁଖ କାରଣ ହେଲା ଅର୍ଥ । ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ । ଏପରି ଏକ ଘଟଣା ଦେଖିବାକୁ ମିଳିଛି ବ୍ଲକର କେନ୍ଦ୍ରସ୍ଥଳ ବେଗୁନିଆପଡା ଗ୍ରାମ ବିଲୁଆ ସାହିରେ l ଏହି ଗ୍ରାମର ନାରାୟଣ ସାହୁ (62)ଦୀର୍ଘ ବର୍ଷ ହେବ ଯକ୍ଷ୍ମା ରୋଗରେ ପୀଡିତ ହୋଇ ବିଛଣାରେ ପଡ଼ି ରହିଛନ୍ତି । ଅସ୍ୱାଭାବିକ ହେଲାଣି ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା l ତିନିମାସ ତଳେ ବ୍ରହ୍ମପୁର MKCG ଯକ୍ଷ୍ମା ବିଭାଗରେ ଚିକିତ୍ସିତ ହୋଇ ଆସିଥିଲେ l କିନ୍ତୁ ଦ୍ଵିତୀୟ ଥର ଯିବାକୁ କିମ୍ବା ଔଷଧ କିଣିବାକୁ ତାଙ୍କ ପାଖରେ ପଇସାଟିଏ ନାହିଁ l ସ୍ତ୍ରୀ, ଦୁଇ ପୁଅ ଓ ଜଣେ ଝିଅକୁ ନେଇ ତାଙ୍କ ପରିବାର ଥିଲେ ସୁଦ୍ଧା କେହି ପଚାରୁ ନଥିବା ଆମ ପ୍ରତିନିଧିଙ୍କ ଆଗରେ ଅଭିଯୋଗ କରିଛନ୍ତି l ଅଧିକା ଚିକିତ୍ସା ପାଇଁ ଟଙ୍କାର ଆବଶ୍ୟକ ହୋଉଥିଲା ବେଳେ ଏବେ ସେ ନିରୁପାୟ l ଶଯ୍ୟାରେ ପଡ଼ିରହି ମୃତ୍ଯୁକୁ ଅପେକ୍ଷା କରିବା ଛଡା ତାଙ୍କ ପାଖରେ କୌଣସି ଉପାୟ ନାହିଁ l ସରକାରୀ ସାହାଯ୍ୟ ମିଳିଲେ ବିଚରା ନାରାୟଣ ରୋଗ ଦାଉରୁ ରକ୍ଷା ପାଇପାରନ୍ତେ ବୋଲି ସାଧାରଣରେ ଦାବି ହେଉଛି l

LEAVE A REPLY

Please enter your comment!
Please enter your name here