ପ୍ରଶାସନ ଉପସ୍ଥିତିରେ ରାସ୍ତାରୁ ଜବରଦଖଲ ଦୋକାନ ଗୃହ ଉଚ୍ଛେଦ

0
378

ଗଞ୍ଜାମ:ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ତହସିଲ ଦେଖାଳି ରାଜସ୍ବ ସର୍କଲ ଓଭର ବ୍ରିଜ ରାସ୍ତାର ଉଭୟ ପାର୍ଶ୍ବରେ ଜବର ଦଖଲକାରୀଙ୍କ କବଜାରେ ରହିଥିବା ଦୋକାନ ଗୃହ ଗୁଡ଼ିକୁ ପ୍ରଶାସନ ଉପସ୍ଥିତିରେ ଉଚ୍ଛେଦ କରାଯାଇଥିବା ଜଣାପଡ଼ିଛି । ଖବରପ୍ରକାରେ , ଦିଗପହଣ୍ଡି ବ୍ଳକ କରପଡା ପଞ୍ଚାୟତ ଅଧିନସ୍ଥ ରାଜ୍ୟ ରାଜପଥ ୨୯ ପୂର୍ତ୍ତବିଭାଗ ରାସ୍ତାର ଉକ୍ତ ଓଭରବ୍ରିଜ ଦୁଇ ପାର୍ଶ୍ୱରେ ତାର ବାଡ଼ ଦିଆଯାଇଥିବା ସତ୍ତ୍ୱେ ଜବର ଦଖଲକାରୀ ମାନେ ବାଡ଼ ପରିସରରେ ଦୋକାନ ଗୃହ ଖୋଲି ରହିଥିଲା । ଏନେଇ ତହସିଲ ପ୍ରଶାସନ ଜବର ଦଖଲକାରୀଙ୍କୁ ଦୋକାନ ଗୃହ ଅନ୍ୟତ୍ର ସ୍ଥାନାନ୍ତର ନେଇ ଅବଗତ କରାଇବା ସହ ୪ ଥର ନୋଟିସ ଜାରି କରିଥିଲେ । ତେବେ ବାଣିଜ୍ୟ କେନ୍ଦ୍ରର ଏକ ପେଣ୍ଠସ୍ଥଳୀ ଭାବେ ପରିଗଣିତ ଆଖପାଖ ଅଞ୍ଚଳର ବହୁ ବ୍ୟବସାୟ କରିବାକୁ ଆସିଥାନ୍ତି । ତେବେ ପ୍ରଶାସନ ନିୟମକୁ ଉଲଙ୍ଘନ କରି ଉଠା ଦୋକାନୀ ମାନେ ସେମାନଙ୍କ ବ୍ୟବସାୟ କାରବାର ଚାଲୁ ରଖିଥିଲେ । ଯାହାଫଳରେ ବୁଧବାର ଦିନ ଦିଗପହଣ୍ଡି ତହସିଲଦାର ସିପକ କୁମାର ପାତ୍ରଙ୍କ ନେତୃତ୍ବରେ ରାସ୍ତାରୁ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଏହି ଉଚ୍ଛେଦ ସମୟରେ ରାଜସ୍ବ ନିରୀକ୍ଷକ ବିଘ୍ନେଶ୍ୱର ଆଚାର୍ଯ୍ୟ , ଅକ୍ଷୟ ମଲ୍ଲିକ , ଉପେନ୍ଦ୍ର ବେହେରା , ଗିରିଜା ମଲ୍ଲିକ ସମେତ ନୂଆଗାଁ ଥାନା ପୋଲିସ ଉପସ୍ଥିତ ରହି ସହଯୋଗ ପ୍ରଦାନ କରିଥିଲେ ।
ରିପୋର୍ଟ:କିରଣ ବେହେରା

LEAVE A REPLY

Please enter your comment!
Please enter your name here